ସ୍ତ୍ରୀ
ସ୍ତ୍ରୀ
1 min
7.1K
ସ୍ତ୍ରୀ !
ପ୍ରେମିକା ନୁହଁ ଯେ
ମନ କି ହୃଦୟ ବିନା ଆଉକିଛି ଭାବି ନପାରିବ,
ଉଦରର କ୍ଷୀଣ କଷ୍ଟକୁ ବି ସେ ବୁଝି ନେଉଥିବ ।
ସ୍ତ୍ରୀ !
ପ୍ରେମିକା ନୁହଁ ଯେ
ମାନକରି ମୁହଁମୋଡି, ଓଲଟା ଫେରିଯାଉଥିବ,
ଲକ୍ଷେ ଇଚ୍ଛା ମାରି ସେ, ତୁମ ସହ ବାଟ ଚାଲୁଥିବ ।।
ସ୍ତ୍ରୀ !
ପ୍ରେମିକା ନୁହଁ ଯେ
ଛାତିକୋଣେ ପ୍ରାପ୍ତିର, ମଶାଲ ଜାଳିରଖୁଥିବ,
ପରିପୂର୍ଣ୍ଣା ହୋଇ ସୁଦ୍ଧା ସର୍ବତ୍ୟାଗ ମନ୍ତ୍ର ଜପୁଥିବ ।।।
ସ୍ତ୍ରୀ !
ପ୍ରେମିକା ନୁହଁ ଯେ
ରାଗିରୁଷି ଅଧାବାଟେ ହାତ ଛାଡି ଦେଉଥିବ,
ସାଥେ ଚାଲି ତୁମ ଆଗୁ, ଜୁଇସ୍ୱପ୍ନ ନିତି ଦେଖୁଥିବ ।।।।
(ତୁମେ କିନ୍ତୁ ଅର୍ହନିଶି, ସ୍ତ୍ରୀ ମଧ୍ୟେ ପ୍ରେମିକାକୁ ଖୋଜିଚାଲୁଥିବ)