Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

2  

Ambika Swain

Others

ସ୍ମୃତି

ସ୍ମୃତି

2 mins
1.1K



ଅତୀତର ପେଡି ଭିତରେ

କେତେ ସାଇତା ସ୍ମୃତି

କେତେ ତିକ୍ତ କେତେ ମଧୁ

ଜକ ଜକ ଦିଶେ ନିତି ।

ସେହି ପେଡ଼ି ଖୋଲି ଦେଲେ

ମନେ କେତେ ଖୁସି ଭରେ

ସେହି ପେଡ଼ି ଖୋଲି ଦେଲେ

ଆଖିରୁ ଲୋତକ ଝରେ ।

ଲଟ ପଟ ହେଉ ଥାଏ

ସଦା ମନ ଆଇନା ରେ

ପରସ୍ତ ପରସ୍ତ ଦାଗ

ଦିଶେ ହୃଦୟ କୋଣରେ ।

ସବୁ ମରୁ ମରିଚିକା

ପାଏ ନାହିଁ ହାତ କାତ

ଛୁଇଁ ହୁଏ ନାହିଁ ତାକୁ

ଗଲାଣି ଦୂର ଦିଗନ୍ତ ।।

ଅଲିଭା ସ୍ମୃତି (୨)

ସ୍ମୃତି କେବେ ମରେ ନାହିଁ

ସ୍ମୃତି ର ମୃତ୍ୟୁ ନାହିଁ

ସ୍ମୃତି ସର୍ବଦା ଜୀବିତ

ବର୍ତ୍ତମାନ ଓ ଅତୀତ ।

ଆଖି ଡୋଳେ ସ୍ମୃତି ଝୁରେ

ଆନମନା କରେ ମନ

ଫେରି ଆସନ୍ତା କି ସେଦିନ

ମଧୁ ବୋଳା ମିଠା ଦିନ ।

ସବୁ ମଧୁଭରା ସ୍ମୃତି

ଗାଇ ଥାଏ ପ୍ରେମ ଗୀତି

ଦୁଃଖ ଭରା ସବୁ ସ୍ମୃତି

ବୁହାଏ ଲୋତକ ତାତି ।

କେତେବେଳେ ମନ ଝୁରେ

ଦୁଃଖ ସୁଖ ସବୁ ସ୍ମୃତି

ମନେ ଭରେ ହସ କାନ୍ଦ

ହୃଦେ ରହେ ସାଇତି ।

ସ୍ମୃତି କେବେ ମରେ ନାହିଁ

ସ୍ମୃତି ର ତ ମୃତ୍ୟୁ ନାହିଁ ।।

ମିଠା ସ୍ମୃତି (୩)

ମିଠା ମିଠା ସ୍ମୃତି ସବୁ

ଝୁରେ ମନ ନିତି ନିତି

ଫୁଲର ପାଖୁଡା ମେଲି

ଗାଉ ଥାଏ ପ୍ରେମ ଗୀତି ।

ମନ କରେ ଆନମନା

ତୋଳି ଧରେ ସ୍ନେହ ପ୍ରେମ

ଆଖି ଡୋଳେ ନାଚି ଯାଏ

ବିତି ଥିବା ଦିନ ଆମ ।

ସ୍ମୃତି ର ପାଖୁଡା ମେଲି

ଚାଲୁ ଥିବା ପଥ ଆମେ

ମନ କରି ଉଲସିତ

ବଞ୍ଚୁ ଥିବା ଦିନ ଆମେ ।

ସ୍ମୃତି ରେ ମହକୁ ଥିବା

ହସି ହସି ଦିନ ବିତି

ମିଠା ସ୍ମୃତି ଭରେ ପ୍ରୀତି

ସ୍ମରୁଥିବା ଦିନରାତି ।।

ସ୍ମୃତି ର ମନ୍ଦିର (୪)

ମିଠା ମିଠା କେତେ ସ୍ମୃତି

ମନେ ଭରେ କେତେ ପ୍ରୀତି

ତୁମେ ଥିଲେ ସାଥେ ମୋର

ଗାଉଥିବି ମଧୁ ଗୀତି ।

କରିବନି କେବେ ପର

ଛାଡିବନି ହାତ ମୋର

ତୁମ ସାଥେ ତୋଳି ଅଛି

ସ୍ବପ୍ନ ସୁଖର ମନ୍ଦିର ।

ସେହି ମନ୍ଦିର ରେ ବସି

ଗାଉ ଥିବା ପ୍ରେମ ଗୀତି

ପ୍ରଭୁ ଙ୍କର ଚରଣ ରେ

ରଖି ଥିବା ଆମେ ମତି ।

ଭୁଲିବାନି ପରଷ୍ପର

ରଖି ଥିବା ସ୍ନେହ ପ୍ରେମ

ଜୀବନର ତରଙ୍ଗରେ

କରୁଥିବା ସତକର୍ମ ।।

***@*** ଅମ୍ବିକା ସ୍ୱାଇଁ

ଭୁବନେଶ୍ୱର, ମୋ=୯୭୭୭୫୯୯୬୯୫








Rate this content
Log in