Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ଘରବାଡ଼ି

ଘରବାଡ଼ି

1 min
235


ମନେ ପଡ଼େ ମୋ ଗାଆଁ ର ଘରବାଡ଼ି,

ବୋଉ ମୋର ରଖିଛନ୍ତି ଯାହାକୁ ସୁନ୍ଦର ଭାବେ ସଜାଡ଼ି |୧|

ପୂଜାଘର ରେ ବିରାଜମାନ ଅଛନ୍ତି ଶ୍ରୀଜୀଉ,

ଆହେ ନୀଳ ଶୈଳ ଭଜନ ସନ୍ଧ୍ୟା ବେଳେ ଆମେ ଗାଉ |୨|

ଘର ଚାରିପଟେ ଅଛନ୍ତି ସୁନ୍ଦର ତରୁଲତା,

ତାଙ୍କ ସହ ଦୁଇ ଗାଈ ବି ପାଉଛନ୍ତି ମୋ ମାଆଙ୍କ ମମତା |୩|

ଗୃହ ବଗିଚାରେ ଅଛନ୍ତି ଛାୟାତରୁ ଫଳଗଛ,

ଅଛନ୍ତି ବିଭିନ୍ନ ପନିପରିବା ଆମ୍ବଗୁଚ୍ଛ ଅଙ୍ଗୁରଗୁଚ୍ଛ |୪|

ପ୍ରତି ଘରର ଦିବ୍ୟମଙ୍ଗଳ ଦୀପ ଯେ ଘରଣୀ,

ପ୍ରତି ଘରର ମର୍ଯ୍ୟାଦା ଗୌରବ ଯେ ରମଣୀ |୫|

ଘରେ ଆମେ ଭାଇ ଭଉଣୀ କରୁ କେତେ ଯେ ଗପ,

ପୁଣି ପଡ଼େ ପାଠ ପଢ଼ିବାକୁ ମାତା-ପିତାଙ୍କ ଚାପ |୬|

ବୁଲାବୁଲି ବେଳେ ଯେବେ ଦେଖେ ବନ୍ଧୁମାନଙ୍କ ଘର,

ବହୁତ ଭଲ ଭାବେ ମନେ ପଡ଼େ ନିଜ ମାତାପିତାଙ୍କ ଘର |୭|

ବୋଉଙ୍କ ହାଣ୍ଡିଶାଳର ପିଠାପଣାର ସ୍ୱାଦ ଅମୃତତୁଲ୍ୟ,

ନିଜ ଘରର ଅପାର ସ୍ନେହମମତା ଅତୁଲ୍ୟ |୮|

ବାସଗୃହ ପ୍ରାଙ୍ଗଣରେ ଅଛନ୍ତି ମାଁ ତୁଳସୀ ବୃନ୍ଦାବନ,

ତୁଳସୀ ପତ୍ର ବିନା ଅସମ୍ପୂର୍ଣ୍ଣ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ଉପସ୍ଥାପନ |୯|

ନିଜଘରରୁ ମିଳେ ନିଜ ସନାତନ ସଂସ୍କୃତି ସଂସ୍କାର ସହ ପରିଚୟ,

ଭାଗବତ ତତ୍ତ୍ୱଜ୍ଞାନରୁ ମିଳେ ପ୍ରତି ବ୍ୟକ୍ତିକୁ ନିଖିଳ ପରିଚୟ |୧୦|

ଘରବାଡ଼ି କେବଳ ନୁହେଁ ମାଟି ଇଟା ପଥରର ସମୂହ,

ଘରେ ଦିଶେ ମାତାପିତା ଗୁରୁଜନଙ୍କ ସ୍ନେହସାଗରର ପ୍ରବାହ |୧୧|


Rate this content
Log in