ଶରଧା ଲୁହ
ଶରଧା ଲୁହ
1 min
6.8K
ଅରପି ଭକତି ମାଗୁନି ସମ୍ପତ୍ତି
ମୋ ଧନ ଦରବ ମୋ ପୁଅ ଝିଅ।
ତୁମେ ବି ଗୋଟିଏ ଗେହ୍ଳା ପୁଅ ମୋର
ତାଙ୍କରି ସଂସାର ସଜେଇ ଦିଅ।
ତାହେଲେ ଜାଣିବି ପାଷାଣେ ଥିଲେବି
ପଥର ନୁହଇ ତୁମ ହୃଦୟ।
ଶରଧା ବାଲିରେ ତୁମ ଚରଣରେ
ଝରାଉଥିବି ମୋ ଶରଧା ଲୁହ।