Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ଚାପ ଖେଳୁଥିଲା ପୂନେଇଁ ଚାନ୍ଦିନୀ

ଚାପ ଖେଳୁଥିଲା ପୂନେଇଁ ଚାନ୍ଦିନୀ

1 min
6.8K


ଚାପ ଖେଳୁଥିଲା ପୂନେଇଁ ଚାନ୍ଦିନୀ

 

ଆଭାକାନ୍ତ ମହାନ୍ତି

 

ଚାପ ଖେଳୁଥିଲା ପୂନେଇଁ ଚାନ୍ଦିନୀ

       ତୁମ ଚେହେରାରେ ସହୀ

ଚଟକେ ଅଟକିଗଲା ଚକ୍ଷୁ ମୋର

       ଚାତକ ପରାୟେ ଚାହିଁ । ୦ ।

 

ଚାରୁ ଚନ୍ଦନର ଭୁରୁଭୁରୁ ଗନ୍ଧ

       ଚହଟୁଥିଲା ପବନେ

ଚେଙ୍କିଦେଉଥିଲା ଚେନାଏ ଚିଙ୍ଗାରି

       ମୋ ଚାହତ ଚିତ୍ତବନେ

ଚୁପୁଚୁପୁ କିଏ ଚିତ୍ତେ କହୁଥିଲା

       ଚଗଲିଆ ହେବା ପାଇଁ । ୧ ।

 

ମୋତେ ବାଦ କରି ଜିଦିଆ ବଉଦ

       ଜହ୍ନେ କୋଳ କଲା ଜୋରେ

ବେଡ଼ିରେ କୋରଡ଼ା ପରି ଫେରିଗଲ

       ତୁମେ ରୁମୁଝୁମୁ ସୁରେ

ଚାଇଁ ଚାଇଁ ହୋଇ ଚମକ ଚିତ୍ତେ ମୋ

       ଚରିଗଲା ହାଇଁପାଇଁ । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in