Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BISWESWAR MAJHI

Others

5.0  

BISWESWAR MAJHI

Others

ନୂଆ ଶିବ ରାତ୍ରି ୨୦୧୯

ନୂଆ ଶିବ ରାତ୍ରି ୨୦୧୯

1 min
458


ପାର୍ବତୀ ଶିବଙ୍କୁ ଗୁହାରି କରନ୍ତି ମନ୍ଦିର ବେଢାରେ ବସି

ଜାଗର ତୁମର ଫିକା ପଡିଲାଣି ଗଂଜେଇ ଟାଣୁଥା ବସି ।

ରାତି ଅଧ ଯାଏ ଉପାସ ରହିକି ଜାଗର ଜାଳୁନି କେହି

ଫଳମୂଳ ଦୁଧ ଦହି ଛେନା ଖାଇ ଉପାସ କି କିଏ ରହି !

ଚେଇଁ ରହିବାକୁ ଟିଭିରେ ଦେଖନ୍ତି କପିଲ ଶର୍ମାର ଶୋ

ୟୋ ୟୋ ହନି ରାପ୍ ଦେଖନ୍ତି ଜାଗର ଜାଳିକି ଘୋ ।

ଶିବରାତ୍ରି ପାଇଁ ଚାନ୍ଦାଭେଦା କରି କରନ୍ତି ଭଜନ ସଂଧ୍ୟା

କଟ୍ରିନା କାଇଫ୍ ଅଣ୍ଟା ହଲାଇଲେ କିଏ ଆରାଧ୍ୟ ଆରାଧ୍ୟା !

ପାଉଁଶ ବୋଳିକି ବାଘଛାଲ ପିନ୍ଧି ସାପ ବେକରେ ପକାଇ

ଭକତଙ୍କୁ ଆଉ ବାନ୍ଧି ପାରୁନାହଁ ଦେବାଧିଦେବଟି ହୋଇ ।

ଶିବ କହୁଛନ୍ତି ଆମ ଭକ୍ତମାନେ ଭାରି ମତଲବୀ ସିନା

ଗଣେଷ ପୂଜାଠୁ କାର୍ତିକ ପୂର୍ଣମୀ ଉଡାନ୍ତି ଆମର ବାନା ।

ନୂଆ ଫନ୍ଦିଟିଏ କରିଛି ଏଥର ଦିନ ମୋ ମନେ ରହିବ

ଅଭିନନ୍ଦନ ବର୍ଦ୍ଧମାନ ହିରୋ ମତେ ବା କିଏ ଦେଖିବ !

ଭୋଟ ଏସନ ପାଖେଇ ଆସିଲା ନେତାଏ ଆସିବେ ମାଡି

ପାର୍ଟି ଟିକଟଟା ପାଇବା ପାଇଁକି ଲଗେଇବେ ଲମ୍ବା ଧାଡି ।

ଖାଣ୍ଟି ଗୁଆଘିଅ ଜାଳିବେ ନିଶ୍ଚୟ ଭେଜାଲ କରିବେ ନାହିଁ

ଟିକଟ ଗୋଟାକୁ ପାଂଚଟା ଆଶାୟୀ କି କରିବି ଅବା ମୁହିଁ !

ଗଲା ସନ ସିନା ଚୌଦ ଫେବୃୟାରୀ ଭାଲେଣ୍ଟାଇନ ଡେ ଥିଲା

ବଜରଂଗ ଦଳ ଡରରେ ପ୍ରେମିକ ପ୍ରେମିକାଙ୍କ ଧାଡି ହେଲା ।

ଫି ସନ ନୂଆ ଫନ୍ଦି କରି କରି ଥକି ପଡିଲିଣି ମୁହିଁ

ଦେବାଧିଦେବ ମୁଁ ମହାଦେବ ମିଛ ରଡ ମୋର ଆଉ ନାହିଁ ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in