ଗଛ
ଗଛ
ସେ କେତେ ଦିନର...? କିଏବା ଜାଣିଛି....?
ତପରେ ସ୍ଥିରା ଆଜି ସନ୍ୟାସିନୀ ।
ସଚରାଚରଙ୍କୁ ଆହ୍ୱାନ କରୁଛି,
ନିଅ ବାସସ୍ଥାନ;
ବକ୍ଷରୁ ଜାଗା ଆଉ କାୟର ରସ ।
ବଂଧୁତାର ତାରକିତ ଆକାଶ,
ଅମାରାତି ଘନଘନ ନିସ୍ତବ୍ଦତା,
ପୁଲକିତ ପବନ କରୁଣା କିରଣ,
ଆଉ ଛନଛନ ଜୋଛନା ।
ମନ୍ଦମନ୍ଦ ମରଣରେ ପ୍ରତିଦିନ ବଂଚେ;
ସ୍ଵଳ୍ପଅଳ୍ପ କ୍ଷୟଯାଏ ନିଶିଦିନ ତା'ର,
ଆଜି ଯଦି ପତ୍ରେ ସ୍ୱାର୍ଥ କାଲିପା' ଡାଳରେ
ଧୀରେଧୀରେ ଶୁଖିଯାଏ ଜୀବନର ଧାର ।
ପୁଣି ଦିଶେ ବିଚିତ୍ର ଚିତ୍ରଣ ।
ଦେଇଦେଇ ମରିସାରିଥିବା,
ଥୁଣ୍ଟା ଗଛର ଶାଖାରେ
ବିହଙ୍ଗଟି ଅଳସ ଭାଙ୍ଗୁଥାଏ,
ବିଭିନ୍ନ ମୁଦ୍ରାରେ !!!