Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Abstract

3  

Geeta Sarangi

Abstract

ଜୀବନ ଗୀତା-୪୩୫

ଜୀବନ ଗୀତା-୪୩୫

1 min
396


ଜୀବନର ଛଅ ରାଗ

ଛତିଶ ରାଗିଣୀ

ଭାବ ସମାଧିରେ ସିନା

ହୋଇଥାଏ ଜାଣି ॥୦॥

ତପସ୍ୱୀର ତନ୍ମୟତା

ତୁରୀୟ ଅବସ୍ଥା

ଗୃହସ୍ଥର କର୍ମମୟ

ଜୀବନ ବ୍ୟବସ୍ଥା

କେତେରୂପେ ଖଞ୍ଜିଅଛି

କିଏସେ ବିନ୍ଧାଣି ॥୧॥

ଜନ କଲ୍ୟାଣ କର୍ମରେ

ତପସ୍ୱୀ ଯେ ବ୍ରତୀ

ଗୃହର କଲ୍ୟାଣ ପାଇଁ

ଗୃହସ୍ଥ ଖଟନ୍ତି

ସମାଜ ଦୁହିଁଙ୍କ ଠାରେ

ରହେ ଚିର ଋଣୀ ॥୨॥



Rate this content
Log in