ଲେଖା ଚୋର
ଲେଖା ଚୋର
କାହାର ନା କାହାର ଲେଖା ପ୍ରତିଦିନ
ହେଉଅଛି ଏଠି ଚୋରି
ଯା'ଦ୍ବାରା ଅଧିକ ଲେଖିବାର ଇଚ୍ଛା
ଲେଖକର ଯାଏ ମରି ।।
ଲେଖା ଗୋଟେ ପାଇଁ ଲେଖକଟେ ତା'ର
ଲାଗିଥାଏ ଦିନରାତି
ହେଲେ ଚୋର ତାକୁ ନେଇ ନିଜ ନାମେ
ସାଉଁଟି ଆଣନ୍ତି ଖ୍ୟାତି ।।
ଫେସବୁକ୍ ଲେଖକ-ମାନଙ୍କର ଲେଖା
କେତେ ଦିନ ହେବ ଚୋରି
କପିରାଇଟର ଅଧିନିୟମଟା
ଦୃଢ ଭାବେ ହେଉ ଜାରି ।।
ସାହିତ୍ୟ ଚୋରଙ୍କ ବିରୁଦ୍ଧରେ କିଛି
ଦଣ୍ଡ ହେଉ ପ୍ରଣୟନ
ନହେଲେ ଚୋରଙ୍କ ବଢିଚାଲିଥିବ
ଉତ୍ପାତ ଦିନକୁ ଦିନ ।।