ହେ ଗ୍ରୀଷ୍ମ
ହେ ଗ୍ରୀଷ୍ମ
ହେ ଗ୍ରୀଷ୍ମ.....
ତୁମେ ଏଡିକି ନିର୍ଲଜ
ବିନା ନିମନ୍ତ୍ରଣେ ଆସ ମଧୁ ମଧ୍ୟେ
ମୋ ଧରାଧାମକୁ
ଜାଳିବାକୁ ମୋ ପ୍ରିୟବାସୀଙ୍କୁ
କରି ହୀନ କୁଟଚକ୍ରାନ୍ତ ।।
ତୁମେ ପରା ସମୟ ସ୍ରଷ୍ଟା
ସ ମ ୟ ର କ୍ଷ କ
ଗଢି ସମାୟାନୁବର୍ତ୍ତୀ ସମ୍ବିଧାନ
ଟାଙ୍ଗିଦେଲ ନିର୍ଘଣ୍ଟ
ପାଳିବାକୁ ସ୍ବଧର୍ମ
କିନ୍ତୁ ନିଜ କର୍ମ ଛାଡି
ଅନ୍ୟ ଚକ୍ରକୁ କିବା ତୁମ ଆଲିଙ୍ଗନ ?
ଏ କଣ ନୁହଁ କି ତୁମ ବଳପୂର୍ବକ ଆକ୍ରମଣ ???
ପ୍ରବଳ ଶୀତ କୋପେ ହୋଇ ଜର୍ଜରିତ
ସର୍ବେ ଯେବେ ଡାକୁଥିଲେ ସରାଗେ
ଆ'ରେ ମିତ.. ପ୍ରିୟ ବସନ୍ତ
ଦେ'ରେ ଟିକେ ମଳୟ ପବନ
ମାତ୍ର ତା ଆସିବା ପୂର୍ବରୁ
ଆବୋଡି ତା ସ୍ଥାନ
ଅଟ୍ଟହାସ୍ୟ କଲ ତାକୁ !
ଜାଣିଛ.....?
ବିଚରା କୋକିଳ କଣ୍ଠିଟା କଲା ଅଭିମାନ
ସାଥି ହଲଦୀବସନ୍ତକୁ ଡାକି ନେଲା ସାଥିରେ
ବଞ୍ଚିତ ହେଲୁ ଆମେ
ସେ ଶୀତ ଗ୍ରୀଷ୍ମର ଅନନ୍ୟ ସଙ୍ଗମ
ମଧୁତାନ ସୌନ୍ଦର୍ଯ୍ୟର ଅପୂର୍ବ ମଧୁବନ ।
କି ଅଅଁନ୍ତା ଅଛି ଆମ ଉପରେ
ଦ୍ଵିମାସ ପୂର୍ବରୁ ଆସି ବୁହାଉଛ ଝାଳ
ଦେଉଛ ଧମକ
ଅଂଶୁଘାତେ ଶୋଷି ନେବ ପ୍ରାଣ
ଭାବି ଭବ୍ୟ ଯନ୍ତ୍ରଣାର ରୋଳ
କଅଁଳ ଫୁଲ ପତର କରନ୍ତି ରୋଦନ
ବିଚରା କୀଟପତଙ୍ଗ
ଭାଳି ଅତ୍ୟାଚାର
ଉଦ୍ଭିଦ ମୁଳରେ ଚଷା ହେଲା ମ୍ରିୟମାଣ
ମାଟିଟା ଧକେଇ ହୋଇ କାନ୍ଦି କହେ
କେମିତି ବଞ୍ଚିବ ଏ ସୃଷ୍ଟି ?
ଶୁଣି ତୋ ମରୁଡି..ଦୁର୍ଭିକ୍ଷର ଉତ୍କଟ ଆହ୍ୱାନ..।
*ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*