Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational Others

5.0  

BISWESWAR MAJHI

Inspirational Others

ଯୋଗଜନ୍ମା ଯେବେ ଜନ୍ମ ହୁଅନ୍ତି

ଯୋଗଜନ୍ମା ଯେବେ ଜନ୍ମ ହୁଅନ୍ତି

1 min
6.7K


ଦିନ ଗୋଟେ ଗୋଟେ ଆସେ ଏମିତି

ଯୋଗଜନ୍ମା ମାନେ ଜନ୍ମ ହୁଅନ୍ତି ।

ଅକ୍ଟୋବର ଦୁଇ ଗାନ୍ଧିଜୀ ଶାସ୍ତ୍ରୀ

ଏକହି ବିଚାର ସମାନ ନୀତି ।

ପଚିଶ୍ ଡିସେମ୍ବର୍ ଅଟଳ ଆମ

ଯୀଶୁଙ୍କ ଧଇର୍ଯ୍ୟ ସେପରି କାମ

ଇନ୍ଦିରା ସାଂଗକୁ ବଲ୍ଲଭ ଭାଇ

ଆଇରନ୍ ମ୍ୟାନ ଆଇରନ ମାଇ ।

ଜାନୁଆରୀ ତେଇଶ୍ ତାରିଖ ଦିନ

ନେତାଜୀ ସୁଭାଷ ଜନମ ଦିନ ।

ସାଥେ ଦେଶପ୍ରେମୀ ସୁରେନ୍ଦ୍ର ସାଇ

ମାଏଟ୍ ମାର୍ ପାଇଁ ଶହୀଦ୍ ହୋଇ ।

ଓଡିଶା ମାଟିରେ ଜନ୍ମିତ ଦୁହେଁ

ଶିର କଟୁ ପଛେ ସଲାମ୍ ନୁହେଁ ।

ଜାଳି ସ୍ୱାଧୀନତା ବହ୍ନି ଶିଖା

କରିଲେ ସଭିଙ୍କୁ ଉମରମତା ।

ସହୀଦ୍ ନେତାଜୀ ବୀର ସୁରେନ୍ଦ୍ର

ଖୋଲନ୍ତୁ ଆମର ନୟନୁ ରନ୍ଦ୍ର ।

ହକ୍ ପାଇଁ ଆମେ ଲଢେଇ କରି

ରଖିବା ଆଦର୍ଶ ହେଳା ନକରି ।

ତେଇଶ୍ ଜାନୁଆରୀ ଲାଲ୍ ସଲାମ

ପ୍ରତିଜ୍ଞା ଦିବସ ହେଉ ସେ ଆମ ।


Rate this content
Log in

Similar oriya poem from Inspirational