Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bela Bhumi

Inspirational Tragedy

2  

Bela Bhumi

Inspirational Tragedy

ତଥାପି ଆଜି ମୁଁ ସ୍ୱପ୍ନେ ବିଭୋର

ତଥାପି ଆଜି ମୁଁ ସ୍ୱପ୍ନେ ବିଭୋର

1 min
6.9K


ସାଉଁଟି ଥିଲି ମୁଁ ତନ୍ଦ୍ରାରୁ ଯେତେ

ଅଳକାପୁରୀର ସ୍ଵପ୍ଣ

ଚୋରାଇ ନେଇଛି ସମୟ ରୁପସୀ

ହୃଦୟକୁ କରି କ୍ଷୁନ୍ନ

ନଗ୍ନ କରନା ଭଗ୍ନ ହୃଦୟ

ମଗ୍ନ ମଦିରା ପାନେ 

ମଧୁଶାଳା ସାକୀ ଯୌବନ ଲୁଟେ

ବୈଶାଖୀ ବାତାୟନେ ,

କଣ୍ଠ ଜଳେ ଯା ଅଧର ଶୁଷ୍କ 

ପଲକ ଅଶ୍ରୁଶିକ୍ତ

ତଥାପି ଆଜି ମୁଁ ସ୍ୱପ୍ନେ ବିଭୋର

ହାତେ ମୋ ପ୍ରଣୟ ପାତ୍ର,

ଜୀବନ ମରୁର ‘ତୃଷ୍ନାରୂପସୀ’ 

ରଙ୍ଗ ଅଧର ପାତ୍ରେ

ପିଆଇଛି ଯେଉଁ ଉଷ୍ମ ମଦିରା 

ଘନ ଅନ୍ଧାର ରା଼ତ୍ରେ ,

ନିଥର ଜୀବନ ପଥନିରିଜନ

ଗୋପନ ଚାରଣେ ସ୍ମୃତି

ପ୍ରଣୟଟା ଆଜି ନିର୍ଲଜ ମୋର

ଉଲେଗ୍ଣେ ନାଚେ ପ୍ରୀତି..।।

ତପନ ଦୀକ୍ଷିତ (ବେଳାଭୂମି)

2.11.2017

ନାଶିକେଶ୍ୱର, କାକଟପୁର, ପୁରୀ

ଇ.ମେଲ: konark.dixit@gmail.com

ଦୁରାଭାଷ:9537400744


Rate this content
Log in

Similar oriya poem from Inspirational