Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

3  

Bijay Prusty

Fantasy

ବେସୁରା ଗୀତି-୭୫୫

ବେସୁରା ଗୀତି-୭୫୫

1 min
13.8K


ନିଜ ଅଜାଣତରେ ଆଜି ଭିଜିଗଲି

କଣ ବା କରି ପାରିଥାନ୍ତି କହୁନୁ

ଦୁର୍ଘଟଣା କଣ କାହାକୁ କହିକରି ଆସେ

ବିନା ମେଘରେ ବି

ବେଳେ ବେଳେ ବଜ୍ରପାତ ହୁଏ ॥

ଏକା ଏକା ଅଜ୍ଞାତସାରରେ

ଭିଜାଇଦେଲୁ ବୋଲି

ମନ ଦୁଃଖ କରୁଛୁ କି ବର୍ଷା

ଭିଜା ଭିଜା ମୌସୁମୀରେ ଭିଜିଗଲେ ସିନା

ତୋ ଆଖିରେ କହ କିଆଁ

ଏତେ ଲୁହ ଆସିଲା କେଉଁଠୁ

ମୋ ଚତୁର୍ଦ୍ଦିଗେ ତ ଖାଲି ଭାସୁଥିଲା

ବନ୍ୟା ଜଳ ହୋଇ କଳ କଳ ॥

କାନ୍ଦିବୁନି ଆଉ ବର୍ଷା ଦେଉଛି ମୁଁ ରାଣ

ଫେରିଗଲେ ଫେରିଯାଉ ଆଜି ହିଁ ଶ୍ରାବଣ

ଲୋଡାନାହିଁ ସବୁଜିମା ଟାଙ୍ଗର ଭୁଇଁରେ

ଲୋଡାନାହିଁ କିଛି ମୋର ତୋ ଆଖିଲୁହରେ ॥

ବର୍ଷାରେ ଜଳୁଛି ଦେହ

ଆଉଥରେ ଗ୍ରୀଷ୍ମ ଆସିଯାଉ

ତା ତତଲା ପରଶରେ ମୋତେ ଜାଳିଦେଉ ॥


Rate this content
Log in

Similar oriya poem from Fantasy