Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajeet kumar Das

Others

3  

Rajeet kumar Das

Others

ମାଟି

ମାଟି

1 min
237



ପିଲାବେଳେ ସିଲଟଟା ଭାଙ୍ଗିଗଲା

ମନ ଦୁଃଖ ହେଲା

କାହିଁକି ଭାଙ୍ଗିଲି ବୋଲି 

ମାଡ଼ ବି ଖାଇଲି

ସିଲଟ ଟା ବୋଧେ ମୋର 

ଅତି ପ୍ରିୟ ଥିଲା

ପାଠ ପଢା ଛକି ସୁନ

ସବୁ ଚାଲିଥିଲା

ସିଏ ବି ତ ମାଟି ଥିଲା।


ମାଟି ହାଣ୍ଡି ଭାଙ୍ଗି ଗଲା

ସେଥିରେ ମୋର

କିଛି ଫରକ ନ ଥିଲା

ବୁଢ଼ୀ ବୋଉ ଗରଗର ହେଲା

ବେଳେବେଳେ ସଢେଇ ଡଙ୍କା

ହାଣ୍ଡି ଓ ବିରି ଡାଲି ର

ରୀତିମତ ଯୁଦ୍ଧ ଚାଲୁଥିଲା

ରସୁଣଟା ତା ମଧ୍ୟେ

ପେଷି ହେଉଥିଲା

ସିଏ ବି ତ ମାଟି ଥିଲା।


ମକରାଟା ମରିଗଲା

ଗାଁ ଲୋକ କାନ୍ଦୁଥିଲେ

ଠିକ ଭାଇ ଡକା ହେଲେ

କୋକେଇ ବାନ୍ଧିଲେ

ମାଟି ହାଣ୍ଡି ଖୋଜୁଥିଲେ

ରାମ ନାମ ହରି ନାମ

ରହିରହି ଶୁଭୁଥିଲା

ତା ପରେ ମକରାଟା 

ମାଟିରେ ମିଶିଲା

ସିଏ ବି ତ ମାଟି ଥିଲା.....

                   


Rate this content
Log in