Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Romance

3  

Abhakanta

Romance

ମୋ ମନ-ବୀଣାର

ମୋ ମନ-ବୀଣାର

1 min
7.0K


ମୋ ମନ-ବୀଣାର

 

ଆଭାକାନ୍ତ ମହାନ୍ତି

 

ମୋ ମନ-ବୀଣାର ଝଙ୍କାର ତୁମେ ସହୀ

ଝଙ୍କୃତ କର ମନକୁ ମୋହର

       ମିଳନର ଗୀତି ଗାଇ । ୦ ।

 

କୋଇଲି ଗୋ ତୁମେ ମୋ ମନ-ବନର

କୁହୁ ଗୀତ ତୁମ ଲାଗଇ ମଧୁର

ଜୀବନ କରିବି ସରସ ସୁନ୍ଦର

       ତୁମରି ପରଶ ପାଇ । ୧ ।

 

ତୁମେ ନୁହଁ ଖାଲି ବାସର ନିଶିର

ଅମୂଲ୍ୟ ସମ୍ପଦ ଭୋଗ-ବିଳାସର

ଅର୍ଦ୍ଧାଙ୍ଗୀ ତୁମେ ମୋ ଜୀବନଯାତ୍ରାର

       ଚାଲିବା ଗୋ ସାଥି ହୋଇ । ୨ ।

 

ଦେଇ ଅନାବିଳ ସ୍ୱର୍ଗୀୟ ପରଶ

ମୋ ଦୁଃଖ କାଳରେ ସଞ୍ଚାରି ଗୋ ହର୍ଷ

ଭବ-ଜଳଧିରେ ସାଥି ହୋଇ ଆସ

       ନେବା ଗୋ ନଉକା ବାହି । ୩ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in