Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswajeeban Mishra

Others

3  

Biswajeeban Mishra

Others

“ଆତ୍ମା-ଭାଗବତ”

“ଆତ୍ମା-ଭାଗବତ”

1 min
13.6K


"ନର ଦେହେ ନାରାୟଣ.... "- ନିତିଦିନ ବୋଲ

ଛୁଇଁଦେଲି ବୋଲି..., ତୁମେ ମାରା ହୋଇଗଲ ?

‎କାହିଁ ଗଲା ତୁମର ସେହି "ବିବେକ-ଦର୍ପଣ"

‎ମାଜି ଦେଖ- "ଅଛୁଆଁ କିଏ ?" : "ମୁଁ " ଅବା "ନାରାୟଣ" !

ଚାରି କାନ୍ଧୁ ମଡ଼ା ଡାକେ "ରାମ ନାମ ସାର"

‎ହେଲେ ଟୁଙ୍ଗୀ ଘରେ ପାଲଟିଛ ଜିଅନ୍ତା “ମୁର୍ଦ୍ଦାର”

ଘଟେ ଘଟେ ପ୍ରଜ୍ଜ୍ୱଳିତ ଦେବତ୍ୱର ଝୁଲ

‎ଖୋଲି ଦିଅ ହୃଦ-ଦ୍ୱାର, ଆଖି ତୁମ ଖୋଲ

‎ମିଛ କିଏ? ସତ କିଏ? ଦେଖ ଥରେ ଦେଖ

‎ଦେହ ଘରେ ଗାଇ ଉଠ ଆତ୍ମା-ଭାଗବତ

ଜାଗି ଉଠୁ ଦେବତ୍ୱର ସେହି ମହାଶିଖା

‎ଜଳି ଯାଉ ଭେଦ-ଭ୍ରାନ୍ତି-ଅଜ୍ଞାନର ଶାଖା

"ରାମ ନାମ " ନୁହେଁ ଖାଲି ଚାରି କାନ୍ଧେ ସତ

ଅଖଣ୍ଡ ଅନାଦି “ରାମ” ସର୍ବତ୍ର ବିଦିତ

ମୁଁ ସତ

‎ତୁମେ ସତ

‎ମିଛ ଏ ଜଗତ...


Rate this content
Log in