ଧନ୍ୟରେ କଳି ତୋର ଲୀଳା
ଧନ୍ୟରେ କଳି ତୋର ଲୀଳା
1 min
6.8K
ଧନ୍ୟରେ କଳି ତୋର ଲୀଳା
______________________
ମିଛ ମାୟା ଭରା ଏ ସାରା ସଂସାର,
ଧନ ସମ୍ପତ୍ତି ବିନିମୟରେ,
ସବୁକିଛି ବିକ୍ରି ହୁଏ ବଜାରେ
କାମ ପଡିଲେ ବନ୍ଧୁ ପ୍ରୀତି ଦେଖାନ୍ତି ସଭିଏଁ
ଭାଇ,ଭଉଣୀଙ୍କ କଥା
ଛାଡ,ମାଁର ଅନାବିଳ ପ୍ରେମ ବି
ବିକ୍ରି ଟଙ୍କା ବିନିମୟରେ
ବିକ୍ରି ପାଇଁ ଉପଲବ୍ଧ,
ଯେଡେ ଧନୀ ପୁଅ ଆଦର ଅଧିକ
ଅଦରକାରୀ,ଅପଦାର୍ଥ
ମାଁ ଲାଗି ଯେତେ ନିକମ୍ମା ପୁଅ,
ଧନ୍ୟରେ କଳି
ତୋର ବିକାବିକି,କିଣାକିଣି ଖେଳ
କେତେବେଳେ,କାଟେ ତ ଅଣ୍ଟି ଛୁରି ତଣ୍ଟି କେତେବେଳ ଲମ୍ପଟ ପ୍ରେମିକ ସହ ଚମ୍ପଟ ମାରେ ଘରଣୀ
ଛାଡି,ନିଜପିଲା,ଘରଦ୍ୱାର,
ଧନ୍ୟରେ
କଳି ଲୀଳା ତୋର ।
ରାମ ପ୍ରସାଦ ବିଷୋଇ,{କାଶ୍ୟପ}
ଜ୍ୟୋତିକା,ନିୟୁକୋଲନି,
ରାୟଗଢା ।