Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIBEDITA MOHAPATRA

Others

5.0  

NIBEDITA MOHAPATRA

Others

ଶୀତ

ଶୀତ

1 min
260


ଋତୁ ପର୍ଯ୍ୟାୟ କ୍ରମର ନୂତନ ରୂପ

ଗ୍ରୀଷ୍ମ,ବର୍ଷା ଚାଲିଯାଇ ଆସିଛି ଶୀତ।

ପ୍ରକୃତି ପାଇଛି ତାର ଶୀତଳ ସ୍ପର୍ଶ

ଧରାପୃଷ୍ଠେ ଲୀଳାଖେଳା କରେ ଯେ ଶୀତ।

ବାଳ ତପନ କନକ ରେଖା ସ୍ପର୍ଶରେ

ପ୍ରତ୍ୟୁଷ ବିଭବ ଶୋଭା ମୟ ଦିଶେରେ।

ଦ୍ରୁମଲତା ହୋଇ ଅଛି ଶିଶିର ସିକ୍ତ

କୁହୁଡି ଘେରି ରହିଛି ସାରା ଜଗତ।

ନବ ଉଦିତ ଅରୁଣଙ୍କ କିରଣ ରେଖା

ଶୁଭ୍ର ଶିଶିର ବିନ୍ଦୁର ବଢାଏ ଶୋଭା।

ଦୂର୍ବାଦଳେ ଚେକା ଚେକା ଶିଶିର ପାତ

ଇନ୍ଦ୍ର ନୀଳମଣି ପରି ହୁଏ ପ୍ରତୀତ।

ଶୀତଳ ସମୀର ବୋହି ଧାନ ଖେତରେ

ଖେଳୁଅଛି ତାହା ସଙ୍ଗେ କେତେ ରଙ୍ଗରେ।

ଗୋଧୂଳି ଲଗ୍ନରେ ଗୋରୁ ପଲ ରଡିରେ

ପଲ୍ଲୀ ଦାଣ୍ତ ମୁଖରିତ ହୋଇ ଉଠେରେ।

ଦିବସ ଠାରୁ ଯାମିନୀ ହୁଅଇ ଦୀର୍ଘ

ଶୀତ ବଢିଚାଲେ ଦେଖ ପ୍ରତି ମୁହୁର୍ତ୍ତ।

ଗେଣ୍ତୁ,ତରାଟ ଓ କେଳି କୁସୁମମାନ

ନାନାରଙ୍ଗ ପୁଷ୍ପେ ଭରା ହୁଏ ଉଦ୍ୟାନ।

ସୋରିଷ ଫୁଲର ହଳଦିଆ ବର୍ଣ୍ଣରେ

କ୍ଷେତ ଧାର କନକିତ ହୋଇ ଉଠରେ।

ପୁର ପଲ୍ଲୀ ମୁଖରିତ ନାନା ଉତ୍ସବେ

ଚଷାଭାଇ ଗାଏ ଗୀତ କେତେ ସରାଗେ।

ବସନ୍ତ ପଞ୍ଚମୀରେ ମିଳି ମିଶି ଛାତ୍ରଗଣ

ଦେବୀ ବୀଣା ପାଣିଙ୍କୁ ସେ କରନ୍ତି ଆବାହନ।

ଶୁଭେ ନାହିଁ କୋକିଳର ପଞ୍ଚମ ତାନ

ତଥାପି ଶୀତରେ ହୁଏ ଆନନ୍ଦ ମନ।

ପୌଷ ମାସେ ଧରା ପୃଷ୍ଠକୁ ଆସିଥାଏ

ଫାଲ୍ଗୁନ ଆରମ୍ଭେ ସେ ଅପସରି ଯାଏ।


ନିବେଦିତା ମହାପାତ୍ର

ମୁକୁନ୍ଦ ମିଶ୍ର ନଗର,ଗୋପିନାଥପୁର,ପୁରୀ


Rate this content
Log in