Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

2  

Prasanta kumar Hota

Others

କଳ୍ପନାର ଗୀତ 59

କଳ୍ପନାର ଗୀତ 59

1 min
93


ମୋପାଖେ ମୋହର ଅଛି ଅବା କଣ

ଭାଳୁଅଛି ତୁମ କଥା

ତୁମେ କି ସତରେ ଧରାଦେବ ମୋତେ

ପବନେ ପିଟୁଛି ମଥା


ପବନରେ ବାଆ ଯିବକି ତୋ ପାଶେ

କହିଦେବ ମୋର କଥା

କୁଆଁରୀ ମନରେ ଭରିଦେଲେ ଆଶା

ଭରିଯାନ୍ତା ମୋର ଆସ୍ଥା


ଦେଖିଥିଲି ଯେବେ ତୁମକୁ ଘାଟରୁ

ଆସୁଥିଲ ସ୍ନାନ ସାରି

ଓଦା ସରସର ସରାଗ ଦେହର

ଅଙ୍ଗୁ ପଡୁଥିଲା ଝରି


ସୁନ୍ଦରୀ ଯେତିକି ସରମି ଯିବେକି

ଦେଖିଥିଲେ ତୁମ ରୂପ

କେଉଁ ତୂଳୀ ଅବା ତୋଳିଲା ତୁମକୁ

ଯଉବନ କଲା ଦୀପ୍ତ


ଏମନ ବୁଡିଛି ତୋ ହୃଦ ସାଗରେ

ଉଠିବାକୁ ଖୋଜେ ବଳ

ପାଇବକି ସତେ ତୋ ରୂପ ସାଗର

ଲିଭିବ ଅଙ୍ଗ ଅନଳ।


ପ୍ରଶାନ୍ତ କୁମାର ହୋତା


Rate this content
Log in