Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumyajit Panda

Inspirational

4  

Soumyajit Panda

Inspirational

ମଶାଣି

ମଶାଣି

1 min
15K


ମଶାଣି

ସୌମ୍ୟଜିତ୍ ପଣ୍ଡା


ପଚାରିବା ଆଗରୁ ମିଳେଇଯାଉଥିବା
ସବୁ ପ୍ରଶ୍ନର ଉତ୍ତରମାଳା ଭିତରେ
ହଜିଯାଇଥିବା ଅରୁନ୍ଧତୀ ତାରା ଦେହେ
ସୁନେଲି ରଙ୍ଗର ଛାଇ
ସ୍ପଷ୍ଟ କରେ କେହି ନା କେହି ଚଢିବ
ଛ'ଖଣ୍ଡି କାଠର ପାଲିଙ୍କି ଆଜିକାଲି ଭିତରେ !
କାହା ରୋଷେଇରୁ ନିଆଁ ଯିବ କେଜାଣି,
କାହାର ଖଇକଉଡ଼ିରୁ କଉଡ଼ି ବାଛିନେଇ
ଯମକୁ ମାଗୁଥିବ ପୁରୁଷେ ଆୟୁଷ !
କାହାର ଚିତା ପାଇଁ ପୁଣିଥରେ
ବଳି ପଡ଼ିଯିବ ଗାଁ ଆମ୍ବତୋଟାର
ନହୁଲି ବୟସୀ ଆମ୍ବଗଛ !
କାହାର କେଜାଣି ଏଥର ଆୟୁଷ ସରୁଛି
କଟିବାକୁ ଅଛି ନାଁ, ଗାଁ, ଠିକଣା ଚିତ୍ରଗୁପ୍ତ ପାଞ୍ଜିରୁ !
ମୋ ଗାଁରୁ ଆଜି ଚିଠି ଆସିଛି,
ମୁଁ ଆସିବାର କେଇଟା ଦିନରେ
ନଈପଠା ବାଲିଘାଟ ପାଲଟିଛି
ଆଉ ପାଣି ଦେହେ ଖାଲି ଅଙ୍ଗାର ଭାସୁଛି ।
ଭାଗବତ ଟୁଙ୍ଗିରେ ଉଇଖିଆ ପୋଥି
ଆଉ ମାଟିର ବଇଠାରୁ ଶେଷ
କେଇବୁନ୍ଦା ତେଲ ସରିବା ଆଗରୁ
କେହି ଜଣେ ବାହାରିଛି ଶେଷଯାତ୍ରାରେ
ସାଥୀ ହେବା ପାଇଁ ନେପଥ୍ୟରେ
ସେଠି ଗୋବିନ୍ଦର ନାମ ନାହିଁ
ଅଛି ଖାଲି ରାମନାମ ସତ୍ୟର ଶପଥ
ସେଥିପାଇଁ କହୁଛି ଆସ ଦେଖିଯିବ
ମଶାଣି ଆଜି କାହାକୁ ବିଦାୟ ଦେଉଛି !!


•••••


Rate this content
Log in

Similar oriya poem from Inspirational