Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Buna Padhy

Others

3  

Buna Padhy

Others

ମୋ ଜଗାରେ

ମୋ ଜଗାରେ

1 min
6.9K


"ମୋ ଜଗାରେ"

ପାପ ପୁଣ୍ୟ କିଛି ଜାଣିନିରେ ଜଗା

ତୋପାଖେ ରଖିଛି ମନ

ଦୀନହୀନ ମୁଁ ଯେ ପାପୀଟିଏ ବୋଲି

କରିବୁନି ହୀନିମାନ...

ମୋ ଜଗାରେ କରିବୁନି ହୀନିମାନ ।

 

ସୁଖରେ ହେଉକି ହେଉ ଅବା ଦୁଃଖେ

ଚାହିଁ ତୋ କଳାବଦନ

ତୋନାମ ସୁମରି ତୋ ଭଜନ ଗାଇ

କଟିଯାଉ ମୋର ଦିନ,

ପତିତପାବନ ନାମଟି ବୋହିଛୁ

ତାରୁଛୁ ପତିତଜନ

ଦୀନ ହୀନ ମୁଁ ଯେ ପାପୀଟିଏ ବୋଲି

କରିବୁନି ହୀନିମାନ । 

 

ମାଟିର ଦେହଯେ ମାଟିରେ ମିଶିବ

ରହିବନି ଏ ଜୀବନ

ଲୋଡାନାହିଁ ମୋର ଧନ ଅବା ଜନ

ଖୋଜୁନାହିଁ ସନମାନ,

ଚରଣେ ତୋହର ଶରଣ ଦେଇ ଦେ

କରୁଅଛି ନିବେଦନ

ଦୀନ ହୀନ ମୁଁ ଯେ ପାପୀଟିଏ ବୋଲି

କରିବୁନି ହୀନିମାନ... 

ମୋ ଜଗାରେ କରିବୁନି ହୀନିମାନ ।

 

ବୁନା ପାଢୀ, କଲ୍ୟାଣସିଂହପୁର, ରାୟଗଡା


Rate this content
Log in

More oriya poem from Buna Padhy