Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Others Inspirational

3  

Lalatendu Kabi

Others Inspirational

ଶୂନ୍ୟହସ୍ତ

ଶୂନ୍ୟହସ୍ତ

1 min
14.2K


ଶୂନ୍ୟହସ୍ତ

 ଲଲାଟେନ୍ଦୁ କବି

ଆସିଥିଲି ବୋଲି   ଶୂନ୍ୟ ହାତେ ଗୋ   ରିକ୍ତ ଯିବି କି ଫେରି ?

ମୋ ଭିଜା ନେତ୍ରେ    କମ୍ପ୍ର ଅଧରେ   ରୁଦ୍ଧ ବେଦନା ଭରି ??   -୧

ମୋ ସାଥେ ଥିବ ମୋ   ଅକୁହା ଗଳ୍ପ   ରସନା ସ୍ଵଳ୍ପ ଖୋଲି;

ତୁମ କାନେ କାନେ     କହିବ ବିଜନେ   ଭୁଲନା ଭୁଲନା ବୋଲି |   -୨

ବିକ୍ରମ ଭରେ   ଯତ୍ନେ ସାଥିରେ   ନେବି ମୋ ଫେରିବା ପଥେ 

ତୁମରି ପ୍ରୀତିର   ଉଚ୍ଛଳ ଝର   ସହଚର କରି ସାଥେ ||   -୩

ଯେତେ ଭର୍ତ୍ସନ   କରି ମାର୍ଜନ   ଯତ୍ନେ କରି ଗୋ ସାଥୀ

ବର୍ଷା ଶିଶିରେ   ଗ୍ରୀଷ୍ମ-ଲହରେ    ଉମ୍ର ମୋ ଯିବ ବିତି ||  -୪

ତୁମରି ନେତ୍ରେ    ଦେଖି ମୁଁ   ଅଶ୍ରୁ   ଅଳ୍ପ ଲେଖୁଛି କଥା;

ବାକି ରହିଗଲେ   ଆସି ଶିବ-ସ୍ଥଳେ   ଶୁଣିଯିବ ଗୋ କବିତା ||  -୫

ତୁମେ ନ ଆସିଲେ  ତୁମ ପାଶେ ନିଜେ   ଶୁଣାଇବି ଦିନେ ଦିନେ;

ଯିଏ ଯେତେ ମୋତେ    ଦେଇଛ ଶରଧା   ସେତେ ସେତେ ତାହା କାନେ ||-୬

ଡରିବ କି ସାଥୀ   ଏ କାହୁଁ ଆସିଲା   ଭୂତଟେ ଭୂତଟେ ବୋଲି ?

ଏତେ ଭଲ ତେବେ   ପାଅନା କେ ମୋତେ  ଏବେଠାରୁ କହିଦେଲି ||  -୭

*****


Rate this content
Log in