Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramod Pradhan

Romance

2  

Pramod Pradhan

Romance

ବର୍ଷାଛିଟା

ବର୍ଷାଛିଟା

1 min
6.7K


ବର୍ଷାଛିଟା

 

ପ୍ରମୋଦ ପ୍ରଧାନ

 

ଆମ ଘର କାନ୍ଥରେ

ସିମେଣ୍ଟ ଅଛି, ଧୋଇହୋଇଗଲା ଇଟା,

ସତରେ...

କେତେ ସାଂଘାତିକ ଥିଲା

କାଲି ରାତିର ବର୍ଷାଛିଟା !

 

ଭାବୁଥିଲି ଆସିବ ତୁମେ

ଘର ଆଗ ରାସ୍ତାର

ନର୍ଦ୍ଦମା ପାଣିରେ ପହଁରି ପହଁରି,

ଖାଇବ ଓଭନ୍-ରେ ପୋଡ଼ପିଠା ।

 

ହେଲେ, ସହରଟା ସାରା ଅନ୍ଧାର

ବର୍ଷାରାତିରେ ଏ ଚଣାଚଟା

କରେଣ୍ଟ ବି କଲିଜାକଟା ।

 

ତୁମେ ଆଉ ନଆସ

ସକାଳ ଯାକେ ମୋ ସଙ୍ଗେ

ନର୍ଦ୍ଦମା ପାଣି କରୁଥାଉ ରାସ ।

 

ବର୍ଷାଟା ଦେଇଦେଲା ବଡ଼ ଧୋକା

ସେଠି ତୁମେ ବି ଏକା

ଏଠି ମୁଁ ବି ବୋକା

ବୋକା ବି ଆମ କଟକ ସହର,

ବର୍ଷାଦିନ ଆସିଲେ...

ନଳାପାଣି, ପଙ୍କ-କାଦୁଅ

ମଶା, ମାଛି, ଡାଆଁସଙ୍କୁ ନେଇ ଚାଲୁଥାଉ

ବିରହରେ ପ୍ରିୟାପ୍ରୀତି ବେପାର ।

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


Rate this content
Log in