Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ମୁହାଣ ଯାଏ ସେ ନଦୀଶଯ୍ୟା ଖୋଳୁ

ମୁହାଣ ଯାଏ ସେ ନଦୀଶଯ୍ୟା ଖୋଳୁ

1 min
6.9K


ମୁହାଣ ଯାଏ ସେ ନଦୀଶଯ୍ୟା ଖୋଳୁ

 

ପର୍ଶୁରାମ ବିଶ୍ୱାଳ

 

ବଢ଼ିପାଣି ଏଠି କରଇ ରାଜୁତି, ଦେଖୁଚୁ ତୁ କଳାଦିଅଁ

ଏକୋଇଶି ଜିଲ୍ଲା ତା’ର କବଳରେ, ଓଡ଼ିଶା ଆଖିରେ ଲୁହ

ଘୁଞ୍ଚାଇବୁ ନାହିଁ ଦୁଃଖ କି ତାହାର

କହରେ ଠାକୁର କହ ?

 

ମୁଣ୍ଡଝାଳ ତୁଣ୍ଡେ ମାରି ଚାଷୀଭାଇ ହେଇ କେତେ କଲବଲ

ଅନେଇଚି ତା’ର ଫସଲଟି ହବ ଏସନଟି ଭାରି ଭଲ

ଏ ବଢ଼ି ରାକ୍ଷସ ଲୁଟିନିଏ ସବୁ

କିମିତି ସହିବ ଦେହ ?

 

କେତେ ଚାଳଘର ଭାଙ୍ଗିଦିଏ, ମାରେ କେତେ ଗୋରୁ, ଛେଳି, ମେଣ୍ଢା

ଖାଉଚୁ ଛପନ ଭୋଗ ତୁ ଠାକୁର, ଗାଈକି ନମିଳେ କୁଣ୍ଡା

ବରଷ ବରଷ ଚାଲିଚି ଏଠିରେ

ତାଣ୍ଡବଲୀଳାଟି ଥୟ ।

 

ବୁଝେଇବୁ ସତେ କହିବୁ ହେ ପ୍ରଭୁ ! ରାଜ୍ୟ-କେନ୍ଦ୍ର ସରକାର

ମୁହାଣ ଯାଏ ସେ ନଦୀଶଯ୍ୟା ଖୋଳୁ ଉପକୂଳ ଓଡ଼ିଶାର

ବନ୍ୟା ଦୁଃଖ ଯିବ, ଓଡ଼ିଶା ହସିବ

ହବ ସେ ଫସଲମୟ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in