ଜୀବନ ଗୀତା- ୧୦୭
ଜୀବନ ଗୀତା- ୧୦୭
1 min
13.2K
ଜୀବନ ଗୀତା- ୧୦୭
ଜୀବନ ବାଢି ଦିଏନି କେବେ
ସୁନାଥାଳି ସଜେଇ
ସାତସୂରେ ଗୀତଗାଇ ମନ
ଦିଏନାହିଁ ମଜେଇ ॥୦॥
ନିଜବାଟ ନିଜେ ଖୋଜି
ଚାଲିବାକୁ ହୁଏ
ଝୁଣ୍ଟି ପଡିଲେ ବି ନିଜେ
ଉଠିବାକୁ ହୁଏ
ଜୀବନ ଯୁଦ୍ଧରେ ପଛରେ ପଡିଲେ
ହାତଧରି କେହି କେବେହେଲେ
ଦିଏ ନାହିଁ ଜିତେଇ ॥୧॥
ସମୟର ସାଥେସାଥେ
ଧାଇଁବାକୁ ହୁଏ
ପାଦେ କଣ୍ଟା ଫୁଟିଗଲେ
ରକ୍ତ ଝରିଯାଏ
ଦୁଇଦଣ୍ଡ ବସି ପାଦକୁ ଆଉଁସି
ଦୁନିଆ ଦାଣ୍ଡରେ ଧାଏଁ ପୁଣି
ଆଖିନିଦ ହଜେଇ ॥୨॥