Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Writer Roja Panda

Others

5.0  

Writer Roja Panda

Others

ଶ୍ରୀ ଜଗନ୍ନାଥ

ଶ୍ରୀ ଜଗନ୍ନାଥ

1 min
480



 ଅଭାବର ଭାବ ତୁମେ,ଅନାଥର ନାଥ

ତୁମେ ପରା ନାରାୟଣ ଶ୍ରୀ ଜଗନ୍ନାଥ ।


ଅନ୍ଧକୁ ଦେଖାଅ ବାଟ,ଧରି ତାର ହାତ

ବିପଦ ମୋଚକ ଦିଅ ଗରିବଙ୍କୁ ଭାତ ।


ଖାଲି ପେଟ ରାହେନାହିଁ,କେହି ତୁମ ଦ୍ୱାରେ

ତୁମ ନିନ୍ଦା କରେ ଯିଏ ଅକାଳରେ ମରେ ।


ନୀଳଚକ୍ର ବାନା ତୁମ ଫରଫର ଉଡେ

ଘୁମୁରୁଥାଏ ପାରା ଟି ମହା ଆନନ୍ଦରେ ।


ଶରଧା ବାଲିରୁ ଟିକେ ମୁଣ୍ଡରେ ବୋଳିଲେ

କୋଟି ପାପ କ୍ଷୟ ହୁଏ,ସର୍ବ ସୁଖ ମିଳେ


ତୁମ ନିର୍ମାଲ୍ୟ ଟିକିଏ ପଡିଲେ ଉଦରେ

ସତ୍ୟ ପଥେ ଯିବାପାଇଁ ଆତ୍ମା ହାତ ଠାରେ ।


ତୁମେ ପରା ମହାବାହୁ, ଜଗତର ନାଥ

ତୁମେ ଅଟ ପରଂବ୍ରମହ ଶ୍ରୀ ଜଗନ୍ନାଥ ।



Rate this content
Log in