ରୂପସୀର ପୂଜା
ରୂପସୀର ପୂଜା
ରୋମାଣ୍ଟିକ କବି ମାୟାଧର ମାନସିଂହ
ଯାଉଁ ପଥେ ଭେଟିଲି ମୁଁ ସୁନ୍ଦରୀ ଷୋଡ଼ଶୀ,
ବକ୍ଷ ତେଜି ଝୁଲୁଥିଲା ନୀଳ ଉତ୍ତରୀୟ,
ଚରମେ ରୁଚିର ବେଣୀ ଦୋଳୁଥିଲା ଖସି
ବି ଛାଇ ଚଞ୍ଚଳ ବାୟେ ସୌରଭ ଅମିୟ ।
ମୁଖେ ତାର ଦରହାସ, ବ୍ରୀଡ଼ାହୀନ ଲୀଳା
ଆୟତ-ଲୋଚନେ ତାର ; ଚାହିଁ ପାନ୍ଥ ଜନେ
ସୃଜନର ରାଣି ପରି କଟାକ୍ଷେ ଛଇଳା
କହେ ଯେହ୍ନେ ନମିବାକୁ ତା' କାନ୍ତ-ଚରଣେ ।
ଆଡ଼ ହୋଇ ଗଲି ଚାଲି-ଦୀନ ହୀନ କବି,
କିବା ଆସେ ଯାଏ କା'କୁ ନମସ୍କାରେ ତାର ?
ଯାଉଁ କିନ୍ତୁ ଡାକିଲା ସେ -" ଫେର ଅନୁଭବି,
ଚାଲିଯାଅ ? ତୁମପାଇଁ ଏ ଯେ ଅହଙ୍କାର ! "
" କିବା ସେବା ମୁଁ ପାରେ ଦେଇ ?" - ଉତ୍ତରେ ସୁନ୍ଦରୀ,
" ସୁନ୍ଦରୀ ବୋଲି ମୁଁ ଥରେ ଡାକ ବୀଣା ଧରି ।"
ସମାପ୍ତ