Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବିଶ୍ଵକର୍ମା ଭଗବାନ

ବିଶ୍ଵକର୍ମା ଭଗବାନ

1 min
7.0K


ଆମ ଧରମରେ ବିଶ୍ଵାସ ହିଁ ବଡ଼

ଏହି ବିଶ୍ଵାସକୁ ଧରି

କରୁ ଆମେ କେତେ ଦେବଦେବୀ ପୂଜା

ମନରେ ଭକତି ଭରି।

ବିଶ୍ଵାସ ଆମର ନିର୍ମାଣ ଠାକୁର

ବିଶ୍ବକର୍ମା ଭଗବାନ

ସବୁ ନିର୍ମାଣରେ ପ୍ରଭୁଙ୍କ କୁଆଡ଼େ

ରହିଥାଏ ଅବଦାନ।

ତେଣୁ ଯେତେ ଆମ କାରିଗର ଭାଇ

କରିଥାନ୍ତି ତାଙ୍କ ପୂଜା

କଳକାରଖାନା ସୁନ୍ଦର ଭାବରେ

ହୋଇଥାଏ ସାଜ ସଜ୍ଜା।

କିଂବଦନ୍ତୀ କହେ ସ୍ଵୟଂ ବିଶ୍ବକର୍ମା

ବଢ଼େଇ ବୁଢ଼ାଟେ ହୋଇ

ଗଢିଥିଲ କେ ଆମ ତିନି ଠାକୁରଙ୍କୁ

ଗୁଣ୍ଡିଚା ମନ୍ଦିରେ ରହି।

ଆସ ଆଜି ତାଙ୍କ ପୂଜା ଅବସରେ

କରିବା ଏତିକି ଅଳି

କାରିଗର କୁଳ ହୁଅନ୍ତୁ ସ୍ଵଚ୍ଛଳ

ଦିଅ ଆଶୀର୍ବାଦ ଢାଳି ।


Rate this content
Log in