Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Tragedy Others

2  

Prasant Kumar Nath

Tragedy Others

ବିରହ ପ୍ରେମର ବ୍ୟଥା

ବିରହ ପ୍ରେମର ବ୍ୟଥା

1 min
6.9K


ଅମଙ୍ଗଳ ତୋର ଚାହିଁବିନି ଜମା

ଭୁଲିଗଲୁ ବୋଲି ମୋତେ

ମୋତେ ଭୁଲି ତୁହି ପାପଲୋ କରିନୁ

ରହି ଆଉ କାହା ସାଥେ I

ଭାବିଲୁ ମନରେ,ପାରିବିନି ଦେଇ

ଓଠରେ ତୋହର ହସ

ଆଉ ଯଦି କିଏ ଖୁସି ତୋତେ ଦିଏ

ମୋର ଅବା ଯାଏ କିଶ I

ଭାବିବୁନି ପ୍ରିୟା ପାଗଳ ସାଜି ମୁଁ

ତୋପାଇଁ ଯିଵିଲୋ ରାଞ୍ଚି

ଆଖିର ଲୁହକୁ ଓଠରେ ପିଇ ମୁଁ

ଏକଲା ପାରିବି ବଞ୍ଚି I

ପୁଷ୍ପ ପଥେ ତୋର କଣ୍ଟା ସାଜିବିନି

ଦେଉଛି ଆଜିଲୋ କଥା

ମୋ ପାଇଁ ସିନାଲୋ ଅଥୟ ହେଉଛି

ବିରହ ପ୍ରେମର ବ୍ୟଥା I

ସବୁ ଦୁଃଖ ପରା ସହିଯିବି ହସି

ତୋର ଟିକେ ଖୁସି ପାଇଁ

ସେ ସୁଖ ତୋହର ରହୁ ଲୋ ବଜର

ଆଉ କିଛି ଲୋଡ଼ା ନାହିଁ  I


Rate this content
Log in