Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Others

2  

K. Nirmal

Others

ଚିଠିଟିଏ

ଚିଠିଟିଏ

1 min
237


◆◆◆◆◆◆◆◆◆
ଚିଠିଟିଏ
◆◆◆◆◆◆◆◆◆

ଚିଠିଟିଏ ଧରି ଅଳି କରେ ଆଜି
ଲୁହକୁ କରି ନିଜର,
ଦୂର ରାଇଜରେ ଭାଇଥିଲା ମୋର
ଆସୁଥିଲା ଚିଠି ତା'ର ।

ହୃଦୟ କୁ ମୋର ଥରାଇ ଦେଉଛି
ପୁରୁଣା ଦିନର କଥା,
ସାନ ମୁହିଁ ଥିଲି ଭାଇ ବଡ଼ ଥିଲା
ବୁଝୁଥିଲା ମନ ବ୍ୟଥା ।

ଜୀବିକା ନିର୍ବାହ କରିବା ନିମନ୍ତେ
ସୁଦୂର କଲିକତା ରେ,
ଭାଇ କଥା ଭାଳି ହେଉଥିଲି ମୁହିଁ
ଦିନ କଟେ ବିରହରେ ।

ସମୟର ସେହି କି କରାଳ ରୂପ
ଅପେକ୍ଷା ରେ ଥିଲା ବୋଧେ,
ଭାଇ ବାହାଘର ସରିଗଲା ପରେ
ଦେଖାଇଲା ରୂପ ମୋତେ ।

କର୍କଟ ରୋଗରେ ପୀଡ଼ିତ ହୋଇଲା
ଜମି ବାଡ଼ି ସବୁ ଗଲା,
ବିଧାତା ର ସେହି ନିଷ୍ଠୁର ପ୍ରହାର
ସଂସାର ଉଜାଡ଼ି ଦେଲା ।

ସତ୍ୟ ଧର୍ମ ନ୍ୟାୟ ପଥରେ ଅନେକ
ବାଧା ଆସେ ବାରମ୍ବାର,
ପାପ ପୂର୍ଣ୍ଣ ଏଇ ସଂସାର ଅସାର
ସତେକି ନରକ ଘୋର ।

◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)
◆ ମୋବାଇଲ:-୯୫୬୬୧୧୩୬୦୭
◆ Gmail :-nirmaln270@gmail.com


Rate this content
Log in