Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ସ୍ମୃତି ଅତୀତର

ସ୍ମୃତି ଅତୀତର

1 min
6.9K


ସମୁଦ୍ରର ସୁଦୂର ପ୍ରସାରୀ

ବିଶାଳତା ସାମ୍ନାରେ

ନିଛାଟିଆ ନିରୋଳାରେ

କେବେକେବେ

କେଜାଣି କାହିଁକି

ମନ ଟାଣି ହୋଇଯାଏ

ବର୍ତ୍ତମାନରୁ ଅତୀତକୁ

ଯେଉଁଠି ନିଜର

ସ୍ଥିତି ଓ ନିଜତ୍ୱ

ସବୁକିଛି

ହୋଇଯାଏ ତୁଚ୍ଛ ।

ଭଲ ଲାଗେ ସେତେବେଳେ

ହଜିବାକୁ ସେଇ

ଅତୀତ ସ୍ମୃତିରେ

ସତେ ଯେମିତି

ସବୁ ସୁଖ, ସ୍ଵପ୍ନ ,

ଆବେଗ ଆଉ ଆଶାକୁ

ଖୋଜୁଛି ମନ ସେଇ

ସମୁଦ୍ର ଲହଡିର

ଘୁ ଘୁ ଗର୍ଜନ ଭିତରେ ।

କାହିଁକି କେଜାଣି

ସେତେବେଳେ ମଜି ଯିବାକୁ

ଖୁବ୍ ଇଚ୍ଛା ହୁଏ

ସମୁଦ୍ରର ତରଙ୍ଗାୟିତ

ଲହଡି ମୀନଙ୍କ ସାଥେ ।

ନାଚିବାକୁ ମନ କହେ

ଦଲକା ଦଲକା

ସେଇ ଜଳଦ ଭରା

ଥଣ୍ଡା ପବନରେ ।

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in