Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Romance

2.5  

Dr Susmita Dash

Romance

ସମ୍ପର୍କ

ସମ୍ପର୍କ

1 min
6.7K


ସେ ଅବ୍ୟକ୍ତ ଭାଷା ଶୁଣିବାକୁ

ଅଦୃଶ୍ୟ ରଙ୍ଗ ଦେଖିବାକୁ

ଅନୁଭବ କରିବାକୁ ସେ ଅନନୁଭୂତ,

ସେ ଶକ୍ତି,

ଯାହା ସମଗ୍ର ବିଶ୍ଵରେ ପରିବ୍ୟାପ୍ତ

ଚେଷ୍ଟା କର ଥରେ ବୁଝିବାକୁ,

ନିର୍ମୋହ ହୃଦୟର ପରିଭାଷା।

ନଥାଏ ପାର୍ଥିବ ବାସନା

ଅନ୍ଧାର ରେ ଦୀପ ସଦୃଶ

ଭାବନା ରୁ ଉର୍ଦ୍ଧ୍ବ ସେ ...

ଢେ଼ଉ ପରି, 

ଯେ ବୋଧ କରିପାରେ

ଚନ୍ଦ୍ରମାର ଆକର୍ଷଣ,

ଚିରସ୍ରୋତା

ଏକମାତ୍ର ଲକ୍ଷ୍ୟ 

ଲୀନ ହେବ ସାଗର ଗର୍ଭରେ।

ଅନନ୍ୟ, ଅସୀମ, ଅପୂର୍ବ, ଅନନ୍ତ

ସର୍ବୋତ୍କୃଷ୍ଟ ସମ୍ପର୍କ

ଆତ୍ମା ସହିତ ଆତ୍ମାର।


Rate this content
Log in

Similar oriya poem from Romance