Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୧୩

ବେସୁରା ଗୀତି-୭୧୩

1 min
12.6K


ବର୍ଷା ଗୋ ତୁମେ ସାଥିରେ ଆଣିଛ

ବିରହୀ ଆଖିର ଲୁହ

କାହିଁକି କେଜାଣି କା ଦୁଃଖରେ ତୁମେ

ଝର ଝର ଝରି ଯାଅ  ॥

ଆସିଛ ଯଦି ଗୋ ଶୁଣି ଯାଅ ଥରେ

ଆତ୍ମାର ବିଳାପ ଯେତେ

ମନେ ପକାଇବ ଆଗାମୀ ଦିନରେ

ଝରୁଥିବ ଯେବେ ମର୍ତ୍ତ୍ୟେ  ॥

ତୁମରି ଲୁହରେ ଆଉ କାହା ଆଖି

ଲୁହ ଯଦି ମିଶିଥିବ

ମନେ ପଡୁଥିବ ତା କଥା ତୁମର

ଯେବେଳେ ବରଷୁ ଥିବ  ॥

ଛୁଇଁ ପାରୁନାହିଁ କେ ଆଜି ତୁମକୁ

ଦେଇଛି ସେ କଥାଟିଏ

ସାରା ଜୀବନ ସେ ଲୁଚି ରହିଯିବ

ଜୁଇରେ ଜଳିବା ଯାଏ  ॥

ତୁମେ କିନ୍ତୁ ତାକୁ ଭୁଲି ପାରିବନି

ଜାଣିଛି ମୁଁ ଏଇ କଥା

ଯେବେଳେ ତା କଥା ମନେ ପଡିଯିବ

ଭିଜିଯିବ ଆଖି ପତା  ॥


Rate this content
Log in