Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance

5.0  

ପ୍ରଶାନ୍ତ କୁମାର ବେହେରା

Romance

ପ୍ରୀତିର ଜୁଆର

ପ୍ରୀତିର ଜୁଆର

1 min
107



ମୋ ଦେହରେ ଖେଳିଯାଏ

ପ୍ରୀତିର ଜୁଆର l 

ମୌସୁମୀର ଝିପିଝିପି 

ପହିଲି ବୁନ୍ଦାରେ

ଭିଜିଯାଏ ଦେହ ମୋର 

ଭରିଦିଏ ଶୀତଳତା 

ମୋ ମନ ପ୍ରାଣରେ l


ଭଲଲାଗେ ହଜିବାକୁ

ସେତେବେଳେ ସେଇ 

ଅତୀତ ସ୍ମୃତିରେ

ଯେଉଁଠି ଛାଡିଆସିଛି

ସବୁ ସୁଖ, ସବୁ ସ୍ୱପ୍ନ , 

ମନର ଅପୂର୍ବ ଆବେଗ 

ସହ ଇପ୍ସିତ ଆଶା ସବୁଙ୍କୁ l


ତମ ପ୍ରଣୟର ଡୋର

ଆଖିର ସେଇ କଟାକ୍ଷ 

ତମ ସ୍ମିତ ହାସ 

ତମ ନିଃଶ୍ୱାସ, ତମ ଆଲିଙ୍ଗନ 

ତମ ପ୍ରତି ଥିବା 

ମୋର ସବୁ ବିଶ୍ୱାସ 

ସତେଜ ହୋଇ ଉଙ୍କିମାରେ 

ମୋ ମନ ପରଦାରେ

ସେତେବେଳେ ହରାଇ ବସେ 

ନିଜର ସମସ୍ତ ମାନବୀୟ ସତ୍ତା l

ତମେ କିନ୍ତୁ ଠିକ୍ ଜାଣ 

ତମ ବିନା ମୋ ପ୍ରେମ କାହାଣୀ

ସମ୍ପୂର୍ଣ୍ଣ ଅଧୁରା 

ଆଉ ଏ ଜୀବନ ବି ବୃଥା l



Rate this content
Log in

Similar oriya poem from Romance