Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Inspirational

5.0  

ପ୍ରଶାନ୍ତ କୁମାର ବେହେରା

Inspirational

ମହାନ ନାରୀ

ମହାନ ନାରୀ

1 min
6.1K



ନାରୀ ସେ

ଭାରତମାତାର ଯୋଗ୍ୟ କନ୍ୟା,

ମନରେ ଭରିରହିଛି

ଅଦମନୀୟ ସାହସ,

ଅଫୁରନ୍ତ ଉତ୍ସାହ ସହ

ଲକ୍ଷେ ପ୍ରେରଣାର ଉତ୍ସ l

ଦେଶପାଇଁ ଉତ୍ସର୍ଗିକୃତ

ହୋଇଯାଇଛି ତାଙ୍କର

ସମ୍ପୂର୍ଣ୍ଣ ଜୀବନ l


୧୯୯୯ ମସିହାର ଯୁଦ୍ଧ

କାରଗିଲ୍ ଅନୁପ୍ରବେଶ

କରିଥିବା ଶତୃପକ୍ଷ

ପାକିସ୍ଥାନ ସେନାକୁ

ଆମ ଭୂମିରୁ ହଟାଇବା ପାଇଁ

ଘମାଘୋଟ୍ ଲଢେଇ ଚାଲିଲା l

ଦ୍ରାସ୍ ସେକ୍ଟର୍ ତୋଲୋଲିଙ୍ଗରେ

ଜୀବନକୁ ବାଜି ଲଗାଇ

ଦେଶ ମାତୃକାର

ସେବା କରୁ କରୁ

ପାକିସ୍ଥାନୀ ସେନାର

ଗୁଳି ମୁଣ୍ଡରେ ଖାଇ

ସେଇଠି ଟଳିପଡି

ସହିଦ୍ ହୋଇଗଲେ

ରାଜପୁତାନା ରାଇଫେଲ୍ସର

ବୀର ଯବାନ ବଚ୍ଚନ୍ ସିଂ l


ଆଉ ତା' ସହିତ

ମାତ୍ର ବତିଶ ବର୍ଷରେ

ସଧବାରୁ ବିଧବା ହେଲେ

କମଲେସ୍ ବାଲା,

ହୋଇଗଲେ ବାପ ଛେଉଣ୍ଡ

ଦୁଇଟି ବାଳୁତ ଛୁଆ-

ଛଅ ବର୍ଷର ହିତେଶ

ଓ ଚାରି ବର୍ଷର ହେମନ୍ତ l


କଥାରେ ଅଛି ପରା

ଯା' ପୁଅକୁ ସାପ କାମୁଡେ,

ତା' ମା' ପାଳ ଦଉଡି

ଦେଖିଲେ ଡରେ ।

ଏଠି କିନ୍ତୁ ହେଲା ବ୍ୟତିକ୍ରମ

ଅସହ୍ୟ ଦୁଃଖ, ଯନ୍ତ୍ରଣା,

ଅଭାବ ଅନଟନରେ ସଢିସଢି

ଜୀବନର ବହୁ ଝଡଝଞ୍ଜା

ଘାତ ପ୍ରତିଘାତକୁ ସହି ସହି

ଅସୀମ ଧୈର୍ଯ୍ୟ ଓ ସାହସର

ପରାକାଷ୍ଠା ପ୍ରଦର୍ଶନ କରି

ନିଜ ପୁଅ ହୃଦୟରେ

କି ମନ୍ତ୍ର ଫୁଙ୍କିଲେ କେଜାଣି

ସେ ବି ଭାରତ ମାତାର

ସେବା କରିବାକୁ

ହେଲା ଦୃଢ଼ ପରିକର l

ପିତୃ ହତ୍ୟାର ପ୍ରତିଶୋଧ

ନେବାକୁ ହେଲା ତତ୍ପର l


ବୀର ନାରୀ ତୁମେ

ପତିର ବଳିଦାନ ପାଇଁ

ଅସୀମ ଗର୍ବ କରି ପୁଣି

ସେଇ ଦେଶ ମାତୃକାର

ସେବା କରିବାର ରାସ୍ତାରେ

ଅଗେେଇ ଯିବାକୁ

ଖୁବ୍ ଖୁସିରେ ଛାଡିଦେଇଛ

ନିଜ ସନ୍ତାନକୁ l


ସାମଞ୍ଜସ୍ୟ ବି ଦେଖ !

ଯେଉଁ ରାଜପୁତାନା ରାଇଫଲ୍ସରେ

ଦିନେ ସ୍ୱାମୀ ଥିଲେ ଲାନ୍ସ ନାୟକ

ଠିକ୍ ସେଇଠି ପୁଅ ହିତେଶ

ଆଜି ଯୋଗ ଦେଇଛି

ଉଚ୍ଚପଦସ୍ଥ ଲେଫ୍ଟେନାଣ୍ଟ୍

ଅଫିସର୍ ଭାବରେ l

ଆଉ ସେଇ ମା' ର

ଉପଦେଶରେ ଏବେ

ସାନ ପୁଅ ହେମନ୍ତବି

ନିଜ ପିତାଙ୍କ ମାର୍ଗ

ଅନୁସରଣ କରିବାକୁ

ଖୁବ୍ ଚେଷ୍ଟିତ l


ଧନ୍ୟ ତୁମେ ନାରୀ

ଧନ୍ୟ ତୁମେ ମା'

ଏଭଳି ଦେଶପ୍ରମ

ଦେଖିବା ଖୁବ୍ ବିରଳ

ତୁମେ ସତରେ ମହାନ୍

ତୁମକୁ ଶତ କୋଟି ସଲାମ୍ l


************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Inspirational