Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

କହିଯା ଥରେ

କହିଯା ଥରେ

1 min
6.9K


ନିଜ ଠୁଁ ଅଧିକା ଭଲ ପାଉଅଛି
ଦେଖିଲା ପରେ
ଭଲ ମୋତେ ପ୍ରିୟା ପାଉଛୁକି ନାହିଁ
କହିଯା ଥରେ ।
ଅତି ଜତନରେ ସାଇତି ରଖିଛି
ହୃଦୟ ଘରେ
ହୃଦୟରେ ମୋତେ ରଖିଛୁକି ନାହିଁ
କହିଯା ଥରେ ।
ଦିନ ମୋର ବିତେ ଭାବନରେ ତୋର
ଚାହିଁଲା ପରେ
ଭାବୁଛୁକି ନାହିଁ କଥାକୁ ମୋହର
କହିଯା ଥରେ ।
ସପନ ଦେଖୁଛି ନିତି ମୁଁ ରାତିରେ
ଛୁଇଁଲା ପରେ
ସପନରେ ତୋର ଅସୁଛିକି ନାହିଁ
କହିଯା ଥରେ ।
ମନରେ ବାଜିଛି ପ୍ରେମର ତୀରଟା
ହସିଲା ପରେ
ମୋ ପାଇଁକି ମନେ ଅଛି କିଛି ତୋର
କହିଯା ଥରେ ।

ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ପ୍ରୀତିପୁର,ଯାଜପୁର


Rate this content
Log in