ଜୀବନ ଗୀତା
ଜୀବନ ଗୀତା
ଜୀବନର ସନ୍ତୁଳନ
ବିଗିଡିଗଲେ ଥରେ
ଧ୍ୱଂସର ଶିଳାନ୍ୟାସ
ହୁଏ ପୃଥିବୀ ପରେ ॥୦॥
ମନୁଷ୍ୟକୃତ ଯେତେକ
ଅସଙ୍ଗତ କର୍ମ
ବିଶ୍ୱକୁ ଧ୍ୱଂସ ମୁଖରେ
ନିଏ ନିତିଦିନ
ବିନାଶ ପଥରୁ ପୃଥ୍ୱୀ
ଆଉ ଫେରି ନପାରେ ॥୧॥
କେତେ ସୁନ୍ଦର ପୃଥିବୀ
ପ୍ରକୃତିର ଦାନ
ନଷ୍ଟ ପଥରେ ଆଗେଇ
ଯାଏ ପ୍ରତିକ୍ଷଣ
ମଣିଷ ଚାହିଁଲେ ତାକୁ
ରୋକି ଦେଇତ ପାରେ ॥୨॥
॥ଜୟ ଜଗନ୍ନାଥ॥