ପ୍ରତିଶୋଧ
ପ୍ରତିଶୋଧ
ଜୀବନ ସାଗରରେ ଭାସୁଥିବା ମୋ ନୈସର୍ଗିକ ପ୍ରେମସବୁ,
ବିଶ୍ୱାସ ଘାତକତାର ଜୁଆର ଭଟ୍ଟାରେ ଧକ୍କା ଖାଇ,
ଘୃଣାର ଭଉଁରୀରେ ଡୁବିଲା ବେଳେ,
ପ୍ରତିଶୋଧର ତକ୍ଷକୀୟ ଜ୍ୱାଳା,
ହାତଧରି ଟାଣି ଆଣିଥିଲା ଉପରକୁ |
ଇଛା ହେଉଥିଲା, ହିଂସୃକ ଭଳି,
ଖିନ୍ଭିନ୍ କରିବାକୁ ତା’ ଯୌବନର ଅହଂକାରକୁ,
ଛିଣ୍ଡାଇବାକୁ ତା’ ମାଂସାଳ ଶରୀରକୁ |
ଭାବିଥିଲି - ନାରୀ - ପୁରୁଷର ସହଧର୍ମିଣୀ, ସହକର୍ମିଣୀ,
କରୁଣାମୟୀ, ଭବାନୀ, ଭାବିନୀ |
କିନ୍ତୁ ଭୁଲିଥିଲି, ଅସମାନ ଏ ପାଞ୍ଚ ଆଁଗୁଳି,
ଆଜି ଜାଣିଲି, ସେ କେତେ ବିଶ୍ୱାସଘାତୀନି !
କ’ଣ ଦରକାର ଏ ସବୁ?
ଶେଷରେ, ପ୍ରତିଶୋଧର ଏ ଶୁଭ ମେଳାରେ,
ସମସ୍ତେ ଦେବେ ମୋତେ ଅଭିଶାପ |
ମୁଁ ଚାହେଁ ଏକ ହୃଦୟରୁ ବିଶ୍ୱାସ,
ମନରୁ ପ୍ରେମ, ଇଛାରୁ ସୁକୋମଳ ନାରୀତ୍ୱ |
କାରଣ, ମୁଁ ଜାଣେ ଏ ଦୁନିଆରେ,
ପ୍ରେମ ପାଇଁ ସବୁ ନାଟ,
ପ୍ରେମ ପାଇଁ ଏଠି ସେଠି ହାଟ,
ପ୍ରେମ ପାଇଁ ସମସ୍ତେ ଏକ ଫେଣ୍ଟା-ଫେଣ୍ଟି ରୂପ |