Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ସବୁ ମାଗଣା

ସବୁ ମାଗଣା

1 min
6.5K


ସବୁ ମାଗଣା

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ମାଗଣା ଚାଉଳ ବାଣ୍ଟିବାର ଧାର

ପ୍ରଜା ଆଜି ପୂରାପୂରି କର୍ମଚୋର

ମିଳୁନାହାନ୍ତି କେଉଁଠି ଲେବର

କିପରି ବଢ଼ିବ ବିକାଶର ହାର

ଭୋଟ୍ ରାଜନୀତି ମାୟା ଅପାର

ସାଇକେଲ୍, ଲ୍ୟାପ୍ଟପ୍ ଉପହାର

ଉଦ୍ୟୋଗ, ସରକାରୀ ସଂସ୍ଥା ଛାରଖାର

ସବସିଡୀ କ’ଣ ଏହାର ଉପଚାର

ଜନତାଙ୍କ ଧନରେ ସାହୁକାର

ରାଜକୋଷ ଖାଲିର ଅଧିକାର

ଗାଁଗଣ୍ଡାର ଅବସ୍ଥା ଆଜି ବେକାର

ଛକମାନଙ୍କରେ ବୋତଲର ଘର

ଦିନସାରା ଚାଲିଛି ଜୁଆର ବେପାର

ଯୁବପିଢ଼ିର ଭବିଷ୍ୟତ ଅନ୍ଧାର

ଇଲେକ୍ସନର ଗରମ ବଜାର

ଘୋଷଣା ଅନେକ ପ୍ରକାର

ଇସ୍ତାହାରରେ କରୁଛନ୍ତି ଡିକ୍ଲେୟାର୍

ରନ୍ଧା ଖାଦ୍ୟ, କନ୍ୟା ପାଇଁ ସରକାରୀ ବର

ଡିଜେଲ୍, ପେଟ୍ରୋଲ୍ ୩୦ ଟଙ୍କା ଲିଟର

ବେଘରଙ୍କୁ ଘର, ଚାଷୀଙ୍କୁ ଟ୍ରାକ୍ଟର

ଭେଣ୍ଡାଙ୍କୁ, ବୁଢ଼ାଙ୍କୁ ଭତ୍ତା ଦେବେ ସରକାର

ନାରୀକୁ ପ୍ରସବ ଖର୍ଚ୍ଚ ଆଠ ହଜାର

ମାଳ ମାଳ ଭେଟି ଟଙ୍କାର ଉପହାର

ରଜା-ପ୍ରଜା ମିଶି କରିଦେବେ ଛାରଖାର

କ’ଣ କରିପାରିବ ଆଉ ମହଙ୍ଗାଇ ଭାର

ପୂରା ଦେଶର ତ ସରକାର ଶଶୁର

ଭୋଟ୍-ର ମହତ୍ତ୍ୱ ବୁଝିଲେଣି ଭୋଟର

ଜନ୍ମରୁ ମୃତ୍ୟୁ ସବୁ ମାଗଣା ପାଇବାର

ଆଉ ରହିବେନି କେହି ଅନାହାର

ଦରକାର ନାହିଁ ଶ୍ରମିକ, କୃଷକ, କାରିଗର

ମାତାଲିଆ, କାମୁକଙ୍କ ଲାଗିବ ଦରବାର

ଶୁଣିକରି ଏବେ ଲାଗିଲାଣି ଡର

ଭବିଷ୍ୟତ କ’ଣ ସତରେ ଅନ୍ଧାର ?

ଛାଡ଼ିବାକୁ ହେବ ଫ୍ରୀ ଦେବାର ପ୍ରଚାର

ସ୍ୱାବଲମ୍ବୀ ହେବା ନିହାତି ଦରକାର

ତେବେ ଖୋଲିବ ପ୍ରଗତିର ଦ୍ୱାର

ନହେଲେ ରହିଯିବ ଭାଷଣରେ ଦେଶପ୍ରେମର ସ୍ୱର  ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy