Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Romance

3  

Abhakanta

Romance

ଚନ୍ଦ୍ରମା କିଆଁ ଫିକା ଫିକା ଦିଶେ

ଚନ୍ଦ୍ରମା କିଆଁ ଫିକା ଫିକା ଦିଶେ

1 min
6.9K


ଚନ୍ଦ୍ରମା କିଆଁ ଫିକା ଫିକା ଦିଶେ

 

ଆଭାକାନ୍ତ ମହାନ୍ତି

 

ଚନ୍ଦ୍ରମା କିଆଁ       ଫିକା ଫିକା ଦିଶେ

       ତାରାଫୁଲ ମୁରୁଝାଏ

       କହି କି ପାରିବ ପ୍ରିୟେ,

କରମର ଆଳେ           କଟୁ ତାଗିଦାରେ

       ଦେଖି ମୁଁ କେମିତି

       ତୁମ ବିନା ଦୂରେ ଜିଏଁ । ୦ ।

 

ଆମରି ମିଳନେ           ସେଦିନ ଏମାନେ

       ହସୁଥିଲେ ଖିଲିଖିଲି,

ଆମରି ବିଚ୍ଛେଦେ         ଚନ୍ଦ୍ରମା ଘଡ଼ିଏ

       ଗଲା ତା'ର ବାଟ ଭୁଲି,

କ୍ଷୟ କଲା ତନୁ           ଦେଖି ସେ ଅତନୁ

       କି ରୂପରେ ଦଣ୍ଡ ଦିଏ । ୧ ।

 

ଦଶ ପାଞ୍ଚ ଦିନେ          ଆସିଛି ତା ମନେ

       ନାହିଁ ପୂରୁବ ସରାଗ,

ସେଇଥିପାଇଁକି            ଚନ୍ଦ୍ରମା ଆଜି ଗୋ

       ହରାଇଛି ତା'ର ରଙ୍ଗ,

 ମୋ ପ୍ରେମର ସାକ୍ଷୀ            ରୂପକୁ ବିଲୋକି

       ତୁମକୁ ମୁଁ ଝୁରିହୁଏ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in

Similar oriya poem from Romance