ଶାନ୍ତିବନର ଛାଇ
ଶାନ୍ତିବନର ଛାଇ
ତୁମେ ମୋ ତନ୍ଦ୍ରାର ଗୋପନ ସହରେ
ସପନ ଅଙ୍ଗୁରି ଲତା
ମୁଁ ତୁମ ହୃଦୟ ନିଭୃତ କୋଣରେ
ବରଫର ଶୀତଳତା ,
ହସଲାଗେ ସତେ ! ଚେତନାରେ ମୋର
ତୁମେ ଏକ ‘ମୁଖମଦ’
ନିର୍ଲ୍ଲଜ ମନର କାମନାରେ ମୁଁ ଯେ
ବାସନାର ତୋଷାମଦ ,
ନିଃସଙ୍ଗ ମୁହୂର୍ତ୍ତେ ବିରହ ପ୍ରାଣେ ମୋ
ଉଷ୍ମତାର ତୁମେ ଛୁଆଁ
ନିର୍ଜନ ରାତ୍ରିର ଶୂନ୍ୟଶେଯେ ମୁଁ ଯେ
ଝଲକାଏ ଥଣ୍ଡା ବାଆ,
ଭାବିପାର ମୋତେ ଭାବନାରେ ତୁମ
ପର ପୁରୁଷର ହାଇ
ହେଲେବି ତୁମେ ମୋ ସପନ ଦ୍ଵୀପରେ
ଶାନ୍ତି ବନରଛାଇ .... ।।
(ମୁଖମଦ -ନାରୀର ମୁଖାମୃତ)
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ