Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

2  

Sukanti Hotta

Others

ଜୀବନର ସତ୍ୟ

ଜୀବନର ସତ୍ୟ

1 min
5.8K


ଜୀବନର ସତ୍ୟ

ଜୀବନର ସତ୍ୟ ବୁଝିବା ବେଳକୁ
ସବୁ ଯାଇଥାଏ ସରି,
ନିଶ୍ୱାସକୁ କେବେ ବିଶ୍ୱାସ କରନି
ସୁକର୍ମ ଯାଅ କରି l
ଗୁଣକୁ ସୁମରି କାନ୍ଦନ୍ତି ସଭିଏଁ
ରହିଯାଏ ଖାଲି ନାଁ,
ସୁନ୍ଦର ଶରୀର ପାଉଁଶ ଯେ ହୁଏ
ଆକାଶେ ଛାଡ଼ିଣ ଧୂଆଁ l
ରୂପ ଧନ ପାଇଁ ଗର୍ବ ଅହଂକାର
ନିମିଷେ ମିଳେଇ ଯାଏ,
ସଂସାରର ମାୟା ବନ୍ଧନ ଜାଲରେ
ମିଛଟାରେ ଘାଣ୍ଟି ହୁଏ l
ଜନମ ହୋଇଲେ ଏହି ସଂସାରରେ
ମରଣ ହେବ ନିଶ୍ଚିତ,
ଜ୍ଞାତି, ବନ୍ଧୁ ଏଠି ରୋଦନ କରିବେ
ଜୀବନର ଏହା ସତ୍ୟ l
ମାସ ପରେ ବର୍ଷ ବିତିଗଲା ପରେ
ସମସ୍ତେ ଯାଆନ୍ତି ଭୁଲି,
ଅତି ନିଜର ଯେ ଭୁଲି ନ ପାରନ୍ତି
ଗୁମୁରି କାନ୍ଦନ୍ତି ଖାଲି l
କେହି ରହିନାହିଁ ରହିବେ ନାହିଁଟି
ଏହି ମର୍ତ୍ୟ ମଣ୍ଡଳେ,
ଅଭିନୟ ସାରି ସବୁ ବାହୁଡ଼ିବେ
ସୁନ୍ଦର ସୃଷ୍ଟିର କୋଳେ l

ସୁକାନ୍ତି ହୋତା
7008819476


Rate this content
Log in