Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhiram Sahoo

Romance

2  

Abhiram Sahoo

Romance

ସେଦିନ ଖୋଜୁଛି

ସେଦିନ ଖୋଜୁଛି

1 min
6.8K


ସେଦିନ ଖୋଜୁଛି ସାରାରାତି ମୋର

ସ୍ମୃତିର ଝରକା ଖୋଲି

ସେଦିନ ଖୋଜୁଛି ସାରାରାତି ମୋର

ସୁଖର ସିନ୍ଦୂର ଭୁଲି ।୦।


ଆମ୍ବ ବଉଳରେ ମହକୁଥିଲା ସେ

ଚହଲା କୁଆଁରୀ ଦିନ

କଇଁ ଓଠ ଛୁଇଁ ପାଣି ଖେଳୁଥିଲା

କୁଆଁର ପୂନେଈଁ ଜହ୍ନ

ଫଗୁଣ ଛୁଆଁ ସେ ପ୍ରଥମ ପୁଲକ

ଖୋଜିଲେ ଆସୁନି ଫେରି

ସୁଖର ସିନ୍ଦୂର ଭୁଲି...।୧।


ବରଷାରେ ଭିଜି ଗୀତ ଗାଉଗାଉ

ହେଉଥିଲି ଆନମନା

ଭିଜାଦେହ ଦେଖି ଆଖି ମୋ ଲାଜରେ

ହେଉଥିଲା ବାଟବଣା

ଶ୍ରାବଣ ଛୁଆଁ ସେ ଛାତିର କଦମ୍ବ

ଏବେ ମୁଁ ଝୁରୁଛି ଖାଲି

ସୁଖର ସିନ୍ଦୂର ଭୁଲିି.......।୨।


Rate this content
Log in