ହସକୁରୀ ଝିଅ
ହସକୁରୀ ଝିଅ
1 min
12.9K
ହସକୁରୀ ଝିଅ
ମୋ'ଠାରେ ....
ଆକର୍ଷିତ କଲାପରି ଗୁଣ କିଛି କାହିଁ ?
ଯେ' ତୁମେ ପ୍ରେମରେ ପଡିଯିବ !
ସମ୍ମୋହିତ କଲାପରି ଆଖି ଯୋଡେ କାହିଁ ?
ଯେ' ତୁମେ ପ୍ରେମରେ ପଡିଯିବ !
ବିମୋହିତ କଲାପରି ଦେହ ମୋର କାହିଁ ?
ଯେ' ତୁମେ ପ୍ରେମରେ ପଡିଯିବ !
ଭାସିଯିବା ପରି ମେଞ୍ଚାମେଞ୍ଚା କଥାସବୁ କାହିଁ ?
ଯେ' ତୁମେ ପ୍ରେମରେ ପଡିଯିବ !
ଏଇ ନାହିଁ ନାହିଁର ଅଭାବରେ
ମୋ' ମୁହଁର ଏ ଯେଉଁ ସବୁବେଳିଆ
ଧାରେ ହସର ରହସ୍ୟକୁ,
ଥରୁଟିଏ ଖୋଜି ଦେଖ
-ପ୍ରତିଶ୍ରୁତି ଦେଲି ..
ତୁମେ ପ୍ରେମରେ ପଡିଯିବ !
ନିଶ୍ଚେ ତୁମେ ,
ମୋ' ପ୍ରେମରେ ପଡିଯିବ !
(ଅପେକ୍ଷାରେ ୧୪ ଫେବୃଆରୀକୁ)
- ଅମିୟ