Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Others

2  

Arun Kumar Mitra

Others

ମୋର ପ୍ରଥମ ପ୍ରୟାସ

ମୋର ପ୍ରଥମ ପ୍ରୟାସ

1 min
6.9K


ମୋର ପ୍ରଥମ ପ୍ରୟାସ

ପ୍ରଥମ ପ୍ରୟାସ ମୋର ଲେଖୁଛି କବିତା,

କୃତ କାର୍ଯ୍ୟ କର ମୋତେ, ହେ ବିଶ୍ଵ ଦେବତା  ।

ଖୋଜି ମୁଁ ପାଉନି ମୋଟେ ଅଳଙ୍କାର ଛନ୍ଦ,

ତଥାପି ମୁଁ ଲେଖିଚାଲେ, ଭଲ ହେଉ ବା ମନ୍ଦ  ।

ଓଡିଆରେ ପାଠ ମୋର ନଥିଲା ବିଲକୁଲ୍,

ପାଠକ ବୃନ୍ଦ କ୍ଷମା ଦେବେ, ଯଦି ହୁଏ ଭୁଲ  ।

ସ୍ଵରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ ଯାହା କିଛି ଅଛି,

ଯୁକ୍ତାକ୍ଷରାଦି ବର୍ଣ୍ଣମାଳା ଶିଖିଛି କିଛି କିଛି  ।

ବ୍ୟାକରଣ ପଢିବସେ ମଝିରେ ମଝିରେ,

ଯେତେ ବି ପ୍ରୟାସ କରେ, ପଶୁନି ମୁଣ୍ଡରେ  ।

ସତେଇଶି ବର୍ଷକାଳ ଓଡିଶାରେ ରହି,

ସମୟ ନ ଦେଇ ପାରିଲି ପଢିବାକୁ ବହି  ।

ଏଡେ ବଡ ଓଡିଶାର ସାହିତ୍ୟ ଜଗତ,

ପଢି ପାରିଲିନି କିଛି ବେଳ ହେଲାଣି ଗତ  ।

 

ଔପ୍ୟନ୍ୟାସିକ, ନାଟ୍ୟକାର, ଗାଳ୍ପିକ ଆଉ କବି,

ସେମାନଙ୍କୁ ଜାଣିଲେ ସିନା ମଣିଷଟିଏ ହେବି  ।

ଭକ୍ତ କବି ବଳରାମ ଦାସ ଫକିର ମୋହନ ସେନା,

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମ ମୋତେ ଜଣା  ।

ଆଉ ଯେତେ ସାହିତ୍ୟିକଙ୍କ ପ୍ରଣମି ଚରଣ,

ଯେ ଲେଖିଛନ୍ତି କେତେ କାହାଣୀ, କେତେ ମନୋହରଣ  ।

ପ୍ରଭୂ ଜଗନ୍ନାଥ ଦେବ ଦୟା କଲେ ମୋତେ,

ଲେଖିଲି ମୁଁ ଦ୍ଵି ଚାରି ଧାଡି, ତାଙ୍କ କୃପା କେତେ  !

ଜନ୍ମ ସ୍ଥାନ ପଶ୍ଚିମବଙ୍ଗ, ପାଠପଢା ସେଇଠି,

ଚୟନ କଲି କର୍ମଭୂମି, କର୍ମଜୀବନ ଏଇଠି  ।

ବର୍ତ୍ତମାନ ନିବାସ ମୋର ଏହି ସୁକିନ୍ଦା ଧାମ,

ବିଜୁଳି ବିଭାଗେ ଟାଟା ଦିଅନ୍ତି ମୋତେ କାମ  ।

ସୁଧୀଜନ  ଗୁରୁଜନଙ୍କୁ ଜଣାଇ ପ୍ରଣାମ,

ପ୍ରଥମ ପ୍ରୟାସ ଇତି ହେଲା, ଅରୁଣ ମିତ୍ର ନାମ  ।


Rate this content
Log in