Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Horror Others

5.0  

Alhadini Panigrahi dash

Horror Others

ଅଶରିରୀ

ଅଶରିରୀ

1 min
152


(ପୁରୁଷ -)


କିଏ ତୁମେ ଅଶରିରୀ 

କାହିଁକି ଆସୁଛ ତୁମେ

ବାରମ୍ବାର ଡରାଇ ଡରାଇ l

ପୁରୁଷ କି ନାରୀ ତୁମେ

ପିଶାଚ କି ପ୍ରେତ ତୁମେ

କିବା ତୁମେ ମାୟା ଯାଦୁକରୀ 

ଭୟଭୀତ କରିବା ପାଇଁ କି

ମୋ ସାମ୍ନାକୁ ଆସୁଛ ଓହ୍ଲାଇ 


(ଅଶରିରୀ ---)


ମୁଁ ଅଟେ ସେଇ ଅଶରିରୀ ଦୁଷ୍କର୍ମ ପିଡିତା

କିବା ତୋର ମନେ ନାହିଁ 

ସେ ରାତିର ତୋ କ୍ରୁତ ବିଭିଷିକା ?

ପାଶବିକ ଅତ୍ୟାଚାର ପରେ

ଦେଇଥିଲୁ ଫିଙ୍ଗି ମୋତେ

ନାଳ ,ପୋଖରୀରେ

ଆଜି କିନ୍ତୁ!

ନୁହେଁ ମୁହିଁ ଅସହାୟା

ନୁହେଁ ମୁଁ ଦୁର୍ବଳା l

ପ୍ରତିଶୋଧ ନେବି ମୁଁ ନିଶ୍ଚୟ 

ଅନା ଥରେ ମୋ ଆଡକୁ ଅନା l

ଦେଖୁ ଦେଖୁ

ଅଶରିରୀ ନିମିଷକେ ହୋଇଲା ଅଦ୍ରୁଶ୍ୟ 

ଭାବିଲା ଖଳ ପୁରୁଷ  

ଅଶରିରୀ ନୁହେଁ ସେତ

ନୁହେଁ ପ୍ରେତ ଆତ୍ମା

ଥିଲା ସିଏ

ତା ଅପରାଧ ବୋଧର 

ଭୟ ତଥା ବିବେକ ତାଡନା l

 

 



Rate this content
Log in

Similar oriya poem from Horror