ନିବେଦନ
ନିବେଦନ
1 min
6.7K
କେତେ ନାମ କେତେ ରୂପ ଯେ ତୁମର
କେତେ ବିଶ୍ୱାସର ଗଣ୍ଠିଧନ,
ନିଃଶ୍ୱାସଠୁ ବଳି ଜୀବନ୍ତ ତୁମେ ଗୋ
ତୁମ ଠାରେ ନାହିଁ ଅଭିମାନ ।
ଆଦରେ ନେଇଛ କୋଳେଇ ଯେତେକ
ଆର୍ତ୍ତ ଅନ୍ତରର ବିକଳ ଡାକ,
ବିବଶ ବି ତୁମେ ଭାବ ସ୍ନେହ ବଶେ
ନିରେଖି ଭକ୍ତର ଦୁଃଖଦ ମୁଖ ।
ତୁମରି ନିର୍ଦ୍ଦେଶେ ଆଗକୁ ଯିବାକୁ
ଆଲୋକର ବାଟ ଦିଅ ଦେଖାଇ
ସେଇ ଆଲୋକର ଉଜ୍ଜ୍ୱଳ ବର୍ତ୍ତିକା
ତୁମ ସନ୍ଧାନର ଠିକଣା ତହିଁ ।
ଇନ୍ଦ୍ରିୟ ଦେଇ ମୁଁ ଭୋଗିନି ତୁମକୁ
ହୃଦୟ ଭିତରେ ଅନୁଭବିଛି,
ମୋ କଲା କର୍ମର ଫଳ ଭୋଗିବାକୁ
ତୁମ ଆହା ପଦକୁ ସାହା କରିଛି ।