ଜୀବନ ଗୀତା-୨୮୯
ଜୀବନ ଗୀତା-୨୮୯
1 min
111
ଜୀବନରେ କେତେ ଦୁଃଖ
କେତେପୁଣି ଦୁର୍ଘଟଣା
କରୁଥାଏ ମାନବକୁ
ନିରନ୍ତର ବାଟବଣା ॥୦॥
ସତପଥେ ଚାଲୁଥିଲେ
ଦୁଃଖ ଆସି ଫେରିଯାଏ
ଦୁର୍ଘଟଣା ଯେତେସବୁ
ପୁଣି ଭୁଲି ହୋଇଯାଏ
ଜୀବନ ପାଇଁ ମମତା
ଯେତେ କାହାକୁ ଅଜଣା ॥୧॥
ସତପଥ ପାଥେୟରେ
ବଞ୍ଚୁଥାଏ ଯେଉଁଜନ
ଦୁଃଖ ତାକୁ ଘେରେ ହେଲେ
ରହେନାହିଁ ଚିରଦିନ
ମିଥ୍ୟାର ଡାକକୁ କରେ
ନିତି ସେତ ଅଣଶୁଣା ॥୨॥