ନିଜ ସ୍ବାର୍ଥ ଆଗ
ନିଜ ସ୍ବାର୍ଥ ଆଗ
ନିଜ ସ୍ବାର୍ଥ ଆଗ ପରେ ପର ଲୋକ
ସମ୍ପର୍କରେ ନାହିଁ ଦୁଃଖ
ନି ସ୍ବାର୍ଥ ରେ ଯେଣୁ କେହି ନୁହେଁ ଏଠି
ସ୍ଵାର୍ଥ ପାଇଁ ସବୁ ଭେକ
ଶମଶାନ ଭୂମି ସବୁ ଅନୁଗାମୀ
ଅନୁଭୁତି ରହେ ନୁହେଁ
ଅନୁଭୂତି ଯଦି ରୁହନ୍ତା ମନରେ
ଜୀବନ ଉଠନ୍ତା ଚେଇଁ
ଯେତେ ମାନ ଗର୍ବ ମାନସେ ରହିଛି
ଦେବା ପାଇଁ ଦୁଃଖ ଦ୍ଵାହି
ଗର୍ବ ଅହଂକାରେ ପୋଡିଯାଏ ଜୀବ
ଯିବ ଦିନେ ଶବ ହୋଇ
ଯେତେ ଯାହା ଅଛି ଅଛିଣ୍ଡା ହିସାବ
ରହେ ନାହିଁ କେବେ ପାଖେ
ଲମ୍ବାରାସ୍ତା ଧାରେ ଜୀବନ ସଞ୍ଚାରେ
ଜୀବନର ବିଶାଳାକ୍ଷେ
କାହାକୁ ବଳକା କା' ପାଇଁ ଅଭାବ
ସୁଖ ନୁହେଁ ସମଭାବ
ସୁଖ ଦୁଃଖ ମାତ୍ରା ମଣିଷ ସ୍ବଭାବ
ହେଉଥାନ୍ତି ପଛ ଆଗ
କୋହ ଫାଟିଗଲେ ଲୁହ ଝରିଗଲେ
ଜାଣନ୍ତି ସଭିଏଁ ଦୁଃଖୀ
ଅନ୍ତର ଫାଟିଲେ କିଏ ବା ଜାଣୁଛି
କିଏ କେତେ ନିରୀମାଖି