Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Romance

2  

Prasant Kumar Nath

Romance

ତୁମେ ଗଲାପରେ

ତୁମେ ଗଲାପରେ

1 min
6.9K


ମାଗି ନଥିଲି ମୁଁ ପାରିଜାତ ଫୁଲ

ମାଗିଥିଲି ଟିକେ ପ୍ରେମ

ପ୍ରେମ ବଦଳରେ କାହିଁ ଦେଲ ଆଣି

ମୋତେ ମିଛେ ବଦନାମ ।

ମମତା ଡୋରୀରେ ବାନ୍ଧି ରଖିବାକୁ

କରିଥିଲି ଅନୁରୋଧ

ହେଲେ ଦେଲ ମୋତେ ଅସହ୍ୟ ଯନ୍ତ୍ରଣା

କଳଙ୍କର ଅପବାଦ ।


ସେନେହ ଶରଧା ପ୍ରୀତି ଓ ପରଶ

କରିଥିଲି ମୁହିଁ ଅଳି

ହେଲ ଦେଇ ମୋତେ ମିଛ ଆଶ୍ୱାସନା

ଶୁଣେଇଲ ନାନା ଗାଳି ।


ସାଥିଟିଏ ହୋଇ ରହିବା ପାଇଁକି

ଚାହିଁଥିଲି ତୁମ ହାତ

ଅଥଳ ସମୁଦ୍ରେ ଛାଡି ଚାଲିଗଲ

ପାଉନାହିଁ ଆଉ କାତ ।

କେମିତି ବାହିବି ଜୀବନ ନାଆକୁ

ଏକା ଏକା ଜୀବନରେ

ଜୀବନ ମରଣ ସବୁ ମୋ ସମାନ

ତୁମେ ଛାଡି ଗଲା ପରେ ।


Rate this content
Log in

Similar oriya poem from Romance